ଅବ୍ୟବସ୍ଥା ପାଇଁ ଦାୟୀ କିଏ ?

0 430

ପଦ୍ମପୁର,୨୭/୦୮(ପିପିଟି);ବରଗଡ ଜିଲ୍ଲା ଚିର ମରୁଡି ପ୍ରପିଡିତ ଅଞ୍ଚଳ ବୋଲି ଓଡିଶାବାସୀ ଉଣାଅଧିକେ ଜାଣିଛନ୍ତି । ଏଠାକାର ମାଟି ପାଣି ପବନରେ ଉତ୍ପତି ହେଉଥିବା ଧାନରୁ ଚାଉଳର ମିଠା ବୋଧହୁଏ ଓଡିଶାର ଅନ୍ୟ ଜିଲ୍ଲାରୁ ଉତ୍ପନ୍ନ ହେଉଥିବା ଚାଉଳଠୁ ବାରି ହୋଇଯାଏ । ଏଠାକାର ଚାଷୀ ପ୍ରତିବର୍ଷ ମରୁଡି କବଳରେ ପଡୁଥିବାର ଦେଖି କଂଗ୍ରେସ ଅମଳ ରେ ପଦ୍ମପୁର ଅଞ୍ଚଳର ଚାଷୀଙ୍କ ମୁହଁରେ ହସ ଫୁଟାଇବା ପାଇଁ ପାଇକମାଲ ବ୍ଲକ ଅଧିନସ୍ଥ ବାଦିକଟା ଗ୍ରାମପଞ୍ଚାୟତ ଅଧିନରେ ଯାଉଥିବା ସାପଲହର ଠାରେ ଏକ ଛୋଟିଆ ଡେମ ଟିଏ ଉପହାର ସଦୃଶ ନିର୍ମାଣ କରିଥିଲେ । ହେଲେ ଦୀର୍ଘଦିନ ହେଲା ରକ୍ଷଣାବେକ୍ଷଣ ଠିକ ଭାବେ ନହେବା ଦ୍ୱାରା ଆଜିର ପ୍ରବଳ ବର୍ଷା ଫଳରେ ଡେମର ହିଡ ଡସକି ଯାଇଛି । ଯଦି ବର୍ଷା ଏପରି ଲାଗିରହେ ତେବେ ଡେମ ଭାଙ୍ଗିବାର ଯଥେଷ୍ଟ ସମ୍ଭାବନା ଅଛି । ଯାହା ଫଳରେ ତଳିଆ ଅଞ୍ଚଳକୁ ପ୍ରବଳ ବିପଦ ଅଛି । ଚାଷ ଜମି ବର୍ତ୍ତମାନ ଦଳବନ୍ଦୀ ହୋଇଯାଇଛି । ଏଭଳି ସ୍ଥିତିରେ ଡେମ ର ରକ୍ଷଣାବେକ୍ଷଣ ଠିକ ଭାବେ ପ୍ରଶାସନ ନ କରିବାଦ୍ୱାରା ଆଜି ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି ବୋଲି ଜନସାଧାରଣଙ୍କ ଠାରୁ ପ୍ରକାଶ । ରିପୋର୍ଟ – ନିରଞ୍ଜନ ତ୍ରିପାଠୀ ।

Leave A Reply

Your email address will not be published.