ଅବସରକାଳୀନ ସମ୍ବର୍ଦ୍ଧନା ।

0 98

ବେଲଗୁଣ୍ଠା,୨୯/୧୨(ପିପିଟି): କ୍ଷତ୍ରିୟବରପୁର ଆଞ୍ଚଳିକ ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ସମ୍ପ୍ରତି ଅବସର ନେଇଥିବା ଅଧ୍ୟକ୍ଷ ସୂର୍ଯ୍ୟକାନ୍ତ ମହାନ୍ତି ଏବଂ ପ୍ରାଧ୍ୟାପକ ଡ଼ ରାଜେନ୍ଦ୍ର ଡାକୁଆଙ୍କୁ ଅବସର କାଳୀନ ସମ୍ବର୍ଦ୍ଧନା ଦିଆଯାଇଛି ।ଅନୁଷ୍ଠାନର ଶିକ୍ଷକ ଏବଂ ଅଣଶିକ୍ଷକ ସଂଘ ତରଫରୁ  ଅଧ୍ୟକ୍ଷ ବି ଗୋବିନ୍ଦ ରାଓଙ୍କ ସଭାପତିତ୍ୱରେ ଏକ ସଭା ଅନୁଷ୍ଠିତ ହୋଇଥିଲା । ଗତ ସତ ତିରିଶ ବର୍ଷ ଧରି କାର୍ଯ୍ୟରତ ଥିବା ଉଭୟଙ୍କର ଅନୁଷ୍ଠାନ ସହିତ ସମ୍ପର୍କ ଉପରେ ବକ୍ତା ମାନେ ଆଲୋକପାତ କରିଥିଲେ । ପ୍ରାକ୍ତନ ଅଧ୍ୟକ୍ଷଙ୍କୁ, ଏବଂ ତାଙ୍କ ସହଧର୍ମିଣୀ ମିନତୀ ମହାନ୍ତିଙ୍କୁ ପ୍ରାଧ୍ୟାପକ ବିଷ୍ଣୁ ପ୍ରସାଦ ପଟ୍ଟନାୟକ, କପିଳ ସାହୁ, ଦେବେଶ ଚନ୍ଦ୍ର ମହାପାତ୍ର, ସନ୍ତୋଷୀ ପରିଡା ମଧୁସ୍ମିତା ପ୍ରଧାନ,ରମେଶ ଚନ୍ଦ୍ର ରାଉତ ପ୍ରମୁଖ ଉପଢୌକନ, ଉପହାର,ମାନପତ୍ର ସ୍ମୃତିର ଫୋଟୋ ପ୍ରଦାନ କରିଥିଲେ ।ସେହିପରି ଅବସର ପ୍ରାପ୍ତ ପ୍ରାଧ୍ୟାପକ ଏବଂ ତାଙ୍କ ସହଧର୍ମିଣୀ ସସ୍ମିତା ରାଣୀଙ୍କୁ ପ୍ରାଧ୍ୟାପକ କୁମୁଦ ଚନ୍ଦ୍ର ମହାପାତ୍ର, ବିବେକାନନ୍ଦ କର, ପିଙ୍କି ପାଲାଇ, ରୁନିବାଳା ତ୍ରିପାଠୀ, ଭାରତୀ ବିଶ୍ୱାଳ, ବିଜୟ ଲଷ୍ମୀ ପାଢୀ, ରମେଶ ଚନ୍ଦ୍ର ଗଉଡ଼ ସମ୍ବର୍ଦ୍ଧିତ କରିଥିଲେ |ଅନ୍ୟମାନଙ୍କ ମଧ୍ୟରେ ଅବସର ପ୍ରାପ୍ତ ପ୍ରାଧ୍ୟାପକ ଗଙ୍ଗାଧର ଦାଶ, ପ୍ରକାଶ ଚନ୍ଦ୍ର ଆଳତୀୟା, ଗୋପାଳପୁର ମହାବିଦ୍ୟାଳୟ ପ୍ରାଧ୍ୟାପକ ଡ଼. ରାମ ପ୍ରସାଦ ପଣ୍ଡା, ସୁଶାନ୍ତ କୁମାର ଲେଙ୍କା, ଦିବାକର ମୁନି, ରାମ ଚନ୍ଦ୍ର ମହାନ୍ତି,ମହେଶ୍ଵର ଗୌଡ଼,ସଞ୍ଜୟ ସାହୁ, ସ୍ୱରୂପ|ରାଣୀ ବିଶ୍ୱାଳ ସ୍ମୃତି ଚାରଣ କରିଥିଲେ । ଅଧ୍ୟାପିକା ସ୍ନିଗ୍ଧା ରାଣୀ ଗଉଡ଼ ବିଦ୍ୟାବିହାର ସଂଗୀତ ଗାନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ସୁକାନ୍ତ କୁମାର ମିଶ୍ର, ସିମାଞ୍ଚଳ ବିଶ୍ୱାଳ, ସନ୍ତୋଷ କୁମାର ବିଶ୍ୱାଳ, ପଦ୍ମ ଚରଣ ନାୟକ, ଦିପୁ ଭୂୟାଁ, ସୀମାଞ୍ଚଳ ମହାନ୍ତି ପ୍ରମୁଖ ସାହାଯ୍ୟ କରିଥିଲେ ।

(ରିପୋର୍ଟ- ସୁଶାନ୍ତ କୁମାର ବେହେରା। )

Leave A Reply

Your email address will not be published.