ଅବକାରୀ ବିଭାଗର ଚଢାଉ ; ବିପୁଳ ପରିମାଣର ଗଞ୍ଜେଇ ସହ ମହିଳା ଗିରଫ ।

0 264

ବୋଲଗଡ,(ପିପିଟି)୦୬/୦୫ ,ବିଶ୍ୱ ବିପତ୍ତି ସମୟରେ ନିଶା ବେପାରୀମାନ ଗ୍ରାମାଞ୍ଚଳରେ ସକ୍ରୀୟ ଅଛନ୍ତି । ଏମିତି କି ଦିନ ଦ୍ବିପ୍ରହରରେ   ବିଭିନ୍ନ ପ୍ରକାର ଢାଲ କରି  ଚୋରା ଗଞ୍ଜେଇ କାରାବାର କରୁଥିବାର  ସୂଚନା ଅବକାରୀ  ବିଭାଗ ପାଖରେ   ଥିଲା । ମଙ୍ଗଳ ବାର  ୭ଟା ସମୟରେ  ଖୋର୍ଦ୍ଧା  ଅବକାରୀ ବିଭାଗର ଏକ ଟିମ  ବୋଲଗଡ  ଥାନା ଅସରଳା ପଞ୍ଚାୟତ  ଅସରଳା ଗ୍ରାମରେ ଚଢ଼ାଉ କରି ବିପୁଳ ପରିମାଣର ଗଞ୍ଜେଇ ଓ ଏକ କାରକୁ  ଜବତ କରିବା ସହ ଜଣ ଙ୍କୁ ଗିରଫ କରିଛି । ସୂଚନାଯୋଗ୍ୟ ଯେ, ଅସରଳାରୁ ବିଭିନ୍ନ ଜିଲ୍ଲା ବାହାରକୁ ଗଂଜେଇ ,ଗଂଜେଇ ଭର୍ତ୍ତି  ସିଗାରେଟ  ଚୋରା ଚାଲାଣ ହେଉଥିବା ଖବର ପାଇ ଖୋର୍ଦ୍ଧା ଅବକାରୀ  ଚଢାଉ କରି ଜଣେଙ୍କୁ  ଗିରଫ କରିବା ସହ ତାଙ୍କ  ନିକଟରୁ ୭୫କିଗ୍ରା ପରିମାଣର ଗଞ୍ଜେଇ  ସହ ୨ଲକ୍ଷ ୬ହଜାର ଟଙ୍କା ଓ ଟାଟାଇଣ୍ଟିକୋ କାର  ଜବତ କରାଯାଇଛି ବୋଲି ଅବକାରୀ  ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।
ରିପୋର୍ଟ – ଶୁଶାନ୍ତ କୁମାର ପ୍ରଧାନ ।

Leave A Reply

Your email address will not be published.