ଅବକାରୀ ଧରପଗଡ଼,ଦେଶୀ ମଦ ଜବତ ସହ ୩ ଗିରଫ ।

0 343

ଭଞ୍ଜନଗର,୨୪/୦୮(ପିପିଟି);ଗଂଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ଓ ଜିଲ୍ଲା ଅବକାରୀ ଅଧିକ୍ଷକ ରାଜେନ୍ଦ୍ର ଭତ୍ରାଙ୍କ ନିର୍ଦ୍ଦେଶ କ୍ରମେ ଭଞ୍ଜନଗର ଅବକାରୀ ବିଭାଗ ପକ୍ଷରୁ ମଙ୍ଗଳବାର ଜଗନ୍ନାଥ ପ୍ରସାଦ ଥାନା ଅଞ୍ଚଳରେ ଚଢ଼ାଉ କରାଯାଇ ୩ଜଣକୁ ଗିରଫ କରାଯାଇଛି। ଆସ୍କା ଅବକାରୀ ଥାନା ଅଧିକାରୀ ଧୀରେନ କୁମାର ବେହେରାଙ୍କ ନେତୃତ୍ୱରେ ଏକ ଟିମ ଖୁରୁଡୁଗୋଛା, ଡୁଙ୍ଗପଲି,ଚଢ଼େୟାପଲ୍ଲୀ,ବାଦୁଆ ଓ ଗଣ୍ଡାଧର ପ୍ରଭୁତି ଗ୍ରାମରେ ଚଢ଼ାଉ କରି ୨୨୫୦ ଲିଟର ଗୁଡ଼ ମିଶ୍ରିତ ପୋଚ ନଷ୍ଟ କରିବା ସହ ୧୩୨ ଲିଟର ହାତ ରନ୍ଧା ଦେଶୀ ମଦ ଓ ବ୍ୟବହୃତ ସାମଗ୍ରୀ ଜବତ କରିଛି। ଏହି ବେଆଇନ କାରବାର ରେ ସମ୍ପୃକ୍ତି ଅଭିଯୋଗରେ ୩ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ବେଳେ ଏଭଳି ବେଆଇନ କାରବାରକୁ ରୋକ ଲଗାଇବାକୁ ଆଗାମୀ ଦିନରେ ବିଭିନ୍ନ ସ୍ଥାନରେ ଚଢ଼ାଉକୁ ବ୍ୟାପକ କରାଯିବ ବୋଲି ଅବକାରୀ ନିରୀକ୍ଷକ ଧୀରେନ କୁମାର ବେହେରା ପ୍ରକାଶ କରିଛନ୍ତି। ଚଢାଉରେ ଭଞ୍ଜନଗର ଅବକାରୀ ଓଆଇସି ଶ୍ରୀମତୀ ରମ୍ଭାବାଗ୍ , ଏସଆଇ ନିଳାମ୍ବର ନାୟକ,ରାମେଶ୍ୱର ବେହେରା,କୃଷ୍ଣ ଚନ୍ଦ୍ର ସେଠୀ, ସନାତନ ନାହାକ,ସୁବଳ ପ୍ରଧାନ,ଜି.ଭୀମ ପ୍ରମୁଖ ସାମିଲ ହୋଇଥିଲେ।

(ରିପୋର୍ଟ- ଜୟକୃଷ୍ଣ ପଟ୍ଟନାୟକ। )

Leave A Reply

Your email address will not be published.