ଅନଲକ ୨ରେ କର୍ଫ୍ଯୁ ସମୟ ବଦଳିଲା,୧୦ଟି ଜିଲ୍ଲାରେ ବଳବତ୍ତର ରହିବ ଶନିବାର ଓ ରବିବାର ସଟଡାଉନ ।

0 1,376

ଭୁବନେଶ୍ୱର, ୩୦/୦୬(ପିପିଟି); ଅନଲକ-୨ ସମ୍ପର୍କରେ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ଏକ ସାମ୍ବାଦିକ ସମ୍ମିଳନୀ କରିଛନ୍ତି । ସେ କହିଛନ୍ତି ଅନଲକ ୨ରେ ଜିଲ୍ଲାପାଳ ବା ପୌର ପ୍ରଶାସକ କଣ୍ଟେନମେଣ୍ଟ ଜୋନ ଘୋଷଣା କରିବେ । ସମାଜିକ, ଧାର୍ମିକ ଓ ରାଜନୈତିକ ସମାବେଶକୁ ଅନୁମତି ନାହିଁ । ଅଗଷ୍ଟ ଶେଷ ଯାଏଁ ରାଜ୍ୟର ସବୁ ଶିକ୍ଷାନୁଷ୍ଠାନ ବନ୍ଦ ରହିବ । ପାଠପଢ଼ାକୁ ଛାଡ଼ି କର୍ମଚାରୀଙ୍କୁ ନେଇ ଖୋଲିପାରିବ ଶିକ୍ଷାନୁଷ୍ଠାନ । ସିନେମା ହଲ ମଧ୍ୟ ବନ୍ଦ ରହିବ । ରେଷ୍ଟୁରାଣ୍ଟ, ଢ଼ାବା , ଖାଦ୍ୟ ପାର୍ସଲ ଦେଇପାରିବେ । କେବଳ ବିମାନବନ୍ଦର, ରେଳ ଷ୍ଟେସନକୁ ଓଲା, ଓବେର ଅନୁମତି ଦିଆଯିବ । ପୂର୍ବରୁ ଥିବା ନାଇଟ କର୍ଫ୍ୟୁ ସମୟରେ ପରିବର୍ତ୍ତନ କରାଯାଇଛି । ରାତି ୯ଟାରୁ ସକାଳ ୫ଟା ଯାଏଁ ରାତ୍ରୀକାଳୀନ କର୍ଫ୍ୟୁ ଲାଗୁ ହେବ । ଜୁଲାଇ ମାସର ପ୍ରତି ସପ୍ତାହର ଶନିବାର ଓ ରବିବାର ୧୦ଟି ଜିଲ୍ଲା ସଟଡାଉନ ବଳବତ୍ତର ରହିବ ବୋଲି ସେ ସୂଚନା ଦେଇଛନ୍ତି ।୧୦ଟି ଜିଲ୍ଲା ଗୁଡିକ ହେଲା ଗଞ୍ଜାମ,ଗଜପତି,ଖୋର୍ଦ୍ଧା, ଯାଜପୁର,ମୟୂରଭଞ୍ଜ,କଟକ,କେନ୍ଦୁଝର,ଝାରସୁଗୁଡା, ବାଲେଶ୍ବର ଓ ଜଗତସିଂହପୁର ।

Leave A Reply

Your email address will not be published.