ଅତୀତର ନୌବାଣିଜ୍ୟ ପରମ୍ପରାକୁ ମନେ ପକାଇ ବୋଇତ ବନ୍ଦାଣ କଲେ ଶ୍ରଦ୍ଧାଳୁ ।

0 215

ଉଲୁଣ୍ଡା,୧୯/୧୧(ପିପିଟି): କରୋନା କଟକଣା ସତ୍ୱେ ସାରା ରାଜ୍ୟରେ ଅତୀତର ନୌବାଣିଜ୍ୟ ପରମ୍ପରାକୁ ମନେ ପକାଇ ବୋଇତ ବନ୍ଦାଣ ତଥା ଡଙ୍ଗା ଭସା ଉତ୍ସବ ପାଳନ କରାଯାଇଥିବା ବେଳେ ଆଜି ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକର ପୁରପଲ୍ଲୀରେ ମଧ୍ୟ ଶ୍ରଦ୍ଧାଳୁ ମାନେ ବୋଇତ ବନ୍ଦାଣ କରିଥିବା ଦେଖିବାକୁ ମିଳିଥିଲା । ଭୋର ୪ଟାରୁ ଶ୍ରଦ୍ଧାଳୁ ମାନେ ନିକଟସ୍ଥ ନଦୀ ପୋଖରୀକୁ ଯାଇ ସେଠାରେ ଡଙ୍ଗା ଭସାଇଥିଲେ ।ପରେ ବିଭିନ୍ନ ଦେବାଳୟକୁ ଯାଇ ଠାକୁର ଦର୍ଶନ କରିଥିଲେ । ସାଧବ ପୁଅ ମାନେ ଭାଦ୍ରବ ମାସରର ଦେଶ ବିଦେଶ ରେ ବାଣିଜ୍ୟ ସାରି ନିଜ ନିଜ ଘରକୁ ଫେରିବା ଶହ ଶହ ବର୍ଷ ପୂର୍ବରୁ ଅନେକ ଦୃଷ୍ଟାନ୍ତ ରହିଛି । କାର୍ତ୍ତିକ ପୁର୍ଣିମା ଠାରୁ ସମୁଦ୍ର ର ଉଚ୍ଚ ଜୁଆର ସହିତ ପବନ ର ବେଗ ବୋଇତ ଚଳାଇବାରେ ସହାୟ ହୋଇଥାଏ । ଏଣୁ ସାଧବ ପୁଅ ମାନେ ଏହି ସମୟରେ ବାଣିଜ୍ୟ ପାଈଁ ବିଦେଶ ଯାତ୍ରା କରିଥାନ୍ତି । ଏହି ପରମ୍ପରାକୁ ମନେ ପକାଇବା ପାଇଁ ଆଜିର ଦିନରେ ନଦୀ ଓ ଜଳାଶୟ ମାନଙ୍କରେ ଅଞ୍ଚଳର ପୁରପଲ୍ଲୀରେ ଶ୍ରଦ୍ଧାଳୁ ମାନେ ଡ଼ଙ୍ଗା ଭସାଇବା ସହ କାର୍ତିକ ବ୍ରତ ସମାପନ କରିଛନ୍ତି । ଅତୀତର ଏହି ପବିତ୍ର ଡ଼ଙ୍ଗା ଭସା ବା ବୋଇତ ବନ୍ଦାଣ ପରମ୍ପରା ବର୍ଷ ବର୍ଷ ଧରି ଚାଲି ଆସିଛି ।
(ରିପୋର୍ଟ- ଶାନ୍ତନୁ କୁମାର କର୍ଣ୍ଣ। )

Leave A Reply

Your email address will not be published.