ଅଟୋ ସହିତ ୭୫ କେଜି ଗଞ୍ଜେଇ ଜବତ,ଡ୍ରାଇଭର ଗିରଫ ।

0 605

ଗଜପତି,୧୧/୦୭; ଗଜପତି ଜିଲ୍ଲାର ଆର ଉଦୟଗିରି ଥାନା ଚକାପାଦ ଛକ ନିକଟ ରାସ୍ତାରେ ଶୁକ୍ରବାର ଅପରାହ୍ନରେ ପୁଲିସ ପେଟ୍ରୋଲିଂ ସମୟରେ ଛେଲାଗଡ ଗ୍ରାମ ପଟୁ ଏକ ଅଟୋ ଆସୁଥିବା ଦେଖି ସନ୍ଦେହରେ ତନଖି କରିବା ସମୟରେ ଅଟୋ ଭିତରେ ଏକ ଜରି ଅଖାରେ ୭୫ କେଜି ଗଞ୍ଜେଇ ଥିବା ଦେଖିବାକୁ ମିଳିଥିଲା ।ଏହା ପରେ ସ୍ଥାନୀୟ ପୁଲିସ ଅଟୋ ସହିତ ଗଞ୍ଜେଇ ଜବତ କରିଛି ।ଅଟୋ ଚାଉଳ ଗଭାପଦର ଗ୍ରମର ଧନୁଞ୍ଜୟ ରଇତକୁ ଗିରଫ କରାଯାଇଛି ।ଏହି ଗଞ୍ଜେଇକୁ ବ୍ରହ୍ମପୁର ବିକ୍ରି ପାଇଁ ନିଆଯିଉଥିଲା ବୋଲି ପୁଲିସ ପକ୍ଷରୁ ସୂଚନା ଦିଆଯାଇଛି ।

Leave A Reply

Your email address will not be published.