ଅଜବ ବ୍ଳକ ପ୍ରଶାସନ ର ଗଜବ ନୀତି ।

0 990

ଶେରଗଡ,ତା-୨୪/୦୬(ପିପିଟି); ଶେରଗଡ ବ୍ଳକରେ ଥିବା ୨୪ଗୋଟି ହାଇସ୍କୁଲକୁ ବ୍ଳକ ଗୋଷ୍ଠୀଉନ୍ନୟନ ଅଧିକାରୀ ଓ ବ୍ଳକ ଶିକ୍ଷା ଅଧିକାରୀଙ୍କ ମିଳିତ ଚିଠି ନଂ-୨୬୨୦ ପ୍ରକାରେ ସୂଚାଇ ଦିଆଯାଇଛି ଯେ ସମସ୍ତ ଶିକ୍ଷକ ଓ ଶିକ୍ଷୟତ୍ରୀ ୨୪/୦୬/୨୦୨୦ ଠାରୁ ନିୟମିତ ସ୍କୁଲକୁ ଯାଇ ସକାଳ ୮ ଟାରୁ ଦିନ ୧୨ ଟା ଯାଏଁ ସ୍କୁଲରେ ଉପସ୍ଥିତ ରହିବେ ନଚେତ ସରକାର ସେମାନଙ୍କ ଦରମା ବନ୍ଦ କରିଦେବେ ବୋଲି ଚିଠି ରେ ଉଲେଖ ଅଛି କିନ୍ତୁ ଏଠାରେ ପ୍ରଶ୍ନ ଉଠୁଛି ଯେ  ଯେଉଁ ୨୪ ଗୋଟି ହାଇସ୍କୁଲ ଖୋଲିବାକୁ ନିର୍ଦ୍ଦେଶ ଦିଆଯାଇଛି ସବୁ ସ୍କୁଲରେ କୋରେଣ୍ଟାଇନ ସେଣ୍ଟର ହୋଇଥିଲା କେତେକ ସ୍କୁଲରେ ପ୍ରବାସୀ ଓଡିଆ ଅଛନ୍ତି ତ କେତେକ ସ୍କୁଲରେ କାଲି ଓ ଆଜି ସରୁଛି କୋରେଣ୍ଟାଇନ ଅବଧି ଏପରିସ୍ଥଳେ କେଉଁଠି ବି ସ୍କୁଲ ଗୃହ ସାନିଟାଇଜ ହୋଇନାହିଁ । ଏହାଉପରେ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ ମତାମତ ନେବାରୁ ସେ ଅତି ହାଲକା ଭାବରେ ମନ୍ତବ୍ଯ ଦେଇଥିଲେ ଯେ ଯେଉଁ ସ୍କୁଲ ଗୁଡିକ ସାନିଟାଇଜ ହୋଇନି ସେଗୁଡିକ ପ୍ରଧାନଶିକ୍ଷକ ସରପଞ୍ଚଙ୍କୁ କହି ସାନିଟାଇଜ କରିବେ । ଶିକ୍ଷା ଅଧିକାରୀଙ୍କ ମତାମତ ନେବାରୁ ସେ କହିଥିଲେ ଶିକ୍ଷା ବିଭାଗରୁ କିଛି ଚିଠି ଆସିନି ସ୍କୁଲ ଖୋଲିବାକୁ ଆମେ ଆମ ବ୍ଳକର ପିଲା କିପରି ସୁବିଧାରେ ନାମ ଲେଖାଇ ପାରିବେ ସେଇଥିପାଇଁ ସ୍କୁଲ ଖୋଲିବାକୁ ନିଷ୍ପତ୍ତି ଗ୍ରହଣ କରାଯାଇଛି ।ବିନା ଶିକ୍ଷା ବିଭାଗର ଚିଠିରେ ଜିଲ୍ଲା ପ୍ରଶାସନ ଓ ମୁଖ୍ୟମନ୍ତ୍ରୀ ଙ୍କ ସୁ ଦୃଷ୍ଟି ରେ ରହିବା ପାଇଁ ଶିକ୍ଷକ ଓ ଶିକ୍ଷୟିତ୍ରୀମାନଙ୍କ ଜୀବନ ସହିତ ଖେଳ ଖେଳିବା କୁ ଏମାନଙ୍କୁ ଅଧିକାର ଦେଲା କିଏ ?ଶିକ୍ଷକ ଓ ଶିକ୍ଷୟିତ୍ରୀମାନଙ୍କ ସୁରକ୍ଷା ଦୃଷ୍ଟିରୁ ଓ ତାଙ୍କରି ପରିବାରର ସୁରକ୍ଷା ଏବଂ ଯେଉଁ ଗ୍ରାମରେ ସ୍କୁଲ ଗୁଡିକ ଅବସ୍ଥିତ ସେହି ଗ୍ରାମର ଛାତ୍ରଛାତ୍ରୀ ଓ ଗ୍ରାମବାସୀଙ୍କ ସୁରକ୍ଷା ଦୃଷ୍ଟିରୁ ପ୍ରଥମେ ସ୍କୁଲ ଗୁଡିକୁ ସାନିଟାଇଜ କରି ସ୍କୁଲ ଗୁଡିକ ଖୋଲିବାକୁ ଓ ଏପରି ମନମୁଖୀ କାର୍ଯ୍ଯରୁ ନିବୃତ୍ତ ରହିବାକୁ ୨୪ ଗୋଟି ସ୍କୁଲ ଥିବା  ଗ୍ରାମର ଗ୍ରାମବାସୀମାନେ ଦାବି କରିଛନ୍ତି ।
ରିପୋର୍ଟ – ଭିକୁ ନାୟକ ।

Leave A Reply

Your email address will not be published.