ଅଖିଳ ଭାରତ ଯୁବ ସଂଘ ପକ୍ଷରୁ ପ୍ରତିବାଦ ସଭା ।

0 615

ବୌଦ୍ଧ,(ପିପିଟି)୧୭/୦୬, ଆଜି ଅଖିଳ ଭାରତ ଯୁବସଂଘ (ଏଆଇଓ୍ବାଇଏଫ)ପକ୍ଷରୁ କେନ୍ଦ୍ର ସରକାର କରୋନା ପ୍ରପୀଡିତ ସମସ୍ତ ଜନତାଙ୍କୁ ସିଧାସଳଖ ଆକାଉଣ୍ଟ ମାଧ୍ୟମରେ ୧୦ହଜାର ଟଙ୍କା ପ୍ରଦାନ ,ସମସ୍ତ ଘରୋଇ ମେଡିକାଲ ଗୁଡିକୁ ସରକାର ନିଜ ହାତକୁ ନେଇ ତୁରନ୍ତ କରୋନା ପ୍ରପିଡିତ ଜନତାଙ୍କ ଚିକିତ୍ସା କରିବା ସମସ୍ତ ପ୍ରକାର ଇଏମଆଇ ,ବିଜୁଳିବିଲ୍,ଟେଲିଫୋନ ,ପାଣି ବିଲ୍ ପ୍ରଭୃତି ଛାଡ,ସର୍ବଭାରତୀୟ ମେଡିକାଲ ଆଡମିଶନରେ ୨୭%ଓବିସିଙ୍କୁ କୋଟା ସୁନିଶ୍ଚିତ ,ସରକାରୀ ଉଦ୍ୟୋଗର ଘରୋଇକରଣ ବନ୍ଦ,ଭଗତସିଂ ନିଶ୍ଚିତ କର୍ମନିଯୁକ୍ତି ଯୋଜନା ଲାଗୁ ,ସାରା ଭାରତରେ ମିଥ୍ୟା ମକଦ୍ଦମା ରଜ୍ଜୁ କରି ଦଳିତ ସଂଖ୍ୟାଲଘୁ,ସାମାଜିକ କର୍ମୀଙ୍କୁ ଚାଲିଥିବା ଗିରଫଦାରୀ କୁ ତୁରନ୍ତ ବନ୍ଦ ସହ ଅବିଳମ୍ବେ ମୁକ୍ତି ଦାବୀରେ ସର୍ବଭାରତୀୟ ପ୍ରତିବାଦ ଦିବସ ଉପଲକ୍ଷେ ଆଜି ବୌଦ୍ଧଜିଲ୍ଲା କମିଟି ପକ୍ଷରୁ ଛତ୍ରଙ୍ଗ ଠାରେ ଏକ ପ୍ଲାକାର୍ଡ ଶୋଭାଯାତ୍ରା ରାଜ୍ୟ ସମ୍ପାଦକ ଅବକାଶ ସାହୁ ଓ ଯୁବନେତା ଜୟନ୍ତ ଦେହୁରୀଙ୍କ ନେତୃତ୍ବରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଅନ୍ୟମାନଙ୍କ ମଧ୍ୟରେ ରାଜଲକ୍ଷ୍ମୀ ଗୁରୁ,ସୁଧାକର ଗୁରୁ, ରଞ୍ଜନ ହଂସ, ସତ୍ୟବାନ ସାହୁ ,ସତ୍ୟଭାମା ନାଏକ,ରଞ୍ଜିତା ନାଏକ ପ୍ରମୁଖ ଯୋଗ ଦେଇଥିଲେ ।

Leave A Reply

Your email address will not be published.