ଭଞ୍ଜନଗର କେଏସଯୁବି କଲେଜରେ ଏବିଭିପି ପ୍ରାର୍ଥୀଙ୍କ ବିପୁଳ ବିଜୟ ।

ଭଞ୍ଜନଗର, ୧୫/୧୦(ପିପିଟି):ଗଞ୍ଜାମ ଜିଲ୍ଲାର ଦ୍ଵିତୀୟ ସର୍ବବୃହତ୍ତ ଶିକ୍ଷାନୁଷ୍ଠାନ ଭଞ୍ଜନଗର କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟ ରେ ଶାନ୍ତି ଶୃଙ୍ଖଳାର ସହିତ ଛାତ୍ର ସଂସଦ ନିର୍ବାଚନ ଶେଷ ହୋଇଛି।ଦୀର୍ଘ ୮ବର୍ଷ ବ୍ୟବଧାନରେ ଚଳିତ ବର୍ଷ ନିର୍ବାଚନ କୁ ନେଇ ପ୍ରାର୍ଥୀ ଓ ଛାତ୍ରଛାତ୍ରୀ ବେଶ ଉତ୍ସାହିତ ଥିଲେ।ଯୁକ୍ତ ତିନି ବିଜ୍ଞାନ, କଳା ଓ ବାଣିଜ୍ୟରେ ପ୍ରାୟ ୧୬ଶହ ଛାତ୍ରଛାତ୍ରୀ ଅଧ୍ୟୟନ କରୁଥିବା ବେଳେ ବର୍ଷା କାରଣରୁ ନିର୍ଦ୍ଧାରିତ ସମୟ ମଧ୍ୟରେ ମୋଟ ୯୧୧ ଜଣ ମତଦାନ କରିଥିଲେ।ଏଥିରେ ଏବିଭିପି ପ୍ରାର୍ଥୀମାନେ ୧୧ଟି ପଦବୀରେ ଓ ଜଣେ ପ୍ରାର୍ଥୀ ବିଜ୍ଞାନ ସମାଜ ସମ୍ପାଦକ ସ୍ୱାଧୀନ ଭାବେ ବିଜୟ ଲାଭ କରିଛନ୍ତି।ସେଥି ମଧ୍ୟରେ ସଭାପତି ଭାବେ ଶିବାଜୀ ମଲିକ,ଉପସଭାପତି ରୂପେ ବିଷ୍ଣୁ ପ୍ରସାଦ ନାୟଲ, ସାଧାରଣ ସମ୍ପାଦକ ସିଏଚ ସୂର୍ଯ୍ୟମ ପାତ୍ର, ସହ ସମ୍ପାଦକ ରାକେଶ କୁମାର ଗୁରୁ, ବିଜ୍ଞାନ ସମାଜ ସମ୍ପାଦକ ଶୁଭମ କୁମାର ସାହୁ, ନାଟ୍ୟ ସମ୍ପାଦକ ରିତେଶ କୁମାର ବେହେରା, କ୍ରୀଡ଼ା ସମ୍ପାଦକ ସୋହନ କୁମାର ସ୍ୱାଇଁ, ଛାତ୍ର ସାଧାରଣ ପ୍ରକୋଷ୍ଠ ସମ୍ପାଦକ ସରୋଜ କାନ୍ତ ଗୌଡ଼, ଛାତ୍ରୀ ସାଧାରଣ ପ୍ରକୋଷ୍ଠ ସମ୍ପାଦକ ତୁଳସୀ ନାୟକ,କଲେଜ ମ୍ୟାଗାଜିନ୍ ସମ୍ପାଦକ ସୁମନ୍ ପ୍ରଧାନ, ଡ଼ିଏସଏ ସମ୍ପାଦକ ଅମିତ ନାୟକ ଓ ଏସଏସଜି ସମ୍ପାଦକ ଗଙ୍ଗା ନାୟକ ବିଜୟ ଲାଭ କରିଛନ୍ତି।ଆସନ୍ତା କାଲି ବିଜୟୀ ପ୍ରାର୍ଥୀମାନେ ଶପଥ ଗ୍ରହଣ କରିବେ ବୋଲି ଜଣାପଡ଼ିଛି।

ରିପୋର୍ଟ -ଜେ କେ ପଟ୍ଟନାୟକ

Comments (0)
Add Comment