ରାଜନୀତି ବିଜ୍ଞାନ ବିଭାଗର ସ୍ଵାଗତ ସମ୍ବର୍ଦ୍ଧନା ଉତ୍ସବ ।

ବେଗୁନିଆପଡା,୦୯/୦୯(ପିପିଟି): ଆଜି ଦିବା ୧୦ ଘଣ୍ଟ ସମୟରେ କୋଦଳା ସ୍ଥିତ ଲକ୍ଷ୍ମୀନାରାୟଣ ସ୍ନାତକ ମହାବିଦ୍ୟାଳୟ ରେ ରାଜନୀତି ବିଜ୍ଞାନ ବିଭାଗ ର ଯୁକ୍ତ ତିନି ପ୍ରଥମ ବର୍ଷ ଛାତ୍ରଛାତ୍ରୀଙ୍କ ନିମନ୍ତେ ସ୍ଵାଗତ ସମ୍ବର୍ଦ୍ଧନା ଉତ୍ସବ ଅଧ୍ୟକ୍ଷ ରଘୁନାଥ ମୁଦୁଲି ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି ୲ କାର୍ଯ୍ୟକ୍ରମ ଆରମ୍ଭ ରେ ଛାତ୍ରୀ ବସୁଧା ବାରିକ ଓ ଶାନ୍ତିଲତା ବେହେରା ପ୍ରାରମ୍ଭିକ ସଙ୍ଗୀତ ଗାନ କରିଥିଲେ ୲ ଦ୍ଵିତୀୟ ବର୍ଷ ଏବଂ ତୃତୀୟ ବର୍ଷ ଛାତ୍ରଛାତ୍ରୀ ଯଥା ସାଧନା କାଣ୍ଡି ,ଅଙ୍କିତା ରାଉତ ,ମାନସୀ ପ୍ରଧାନ, ଲିପ୍ସା ମୁଦୁଲି ନବାଗତ ଛାତ୍ରଛାତ୍ରୀଙ୍କୁ ସ୍ଵାଗତ ଜଣାଇବା ସହ ଅଧ୍ୟାପକ ଅଧ୍ୟାପିକାଙ୍କ ଉପଦେଶ କୁ ଅନୁସରଣ କରିବାକୁ କହିଥିଲେ ୲ ଅଧ୍ୟାପକ ଲିପୁନ ମାଝୀ ଛାତ୍ରଛାତ୍ରୀ ଙ୍କୁ ବିଭିନ୍ନ ପ୍ରତିଯୋଗିତା ରେ ଅଂଶଗ୍ରହଣ କରିବା ସହ ଅନୁଷ୍ଠାନର ନିୟମ ମାନିବାକୁ ଉପଦେଶ ଦେଇଥିଲେ ୲ ଅଧ୍ୟାପିକା ଶ୍ରୀମତୀ ତପସ୍ୱିନୀ କରଣ ବିଭାଗ ର ପ୍ରଥା ପରମ୍ପରା ବଜାୟ ରଖିବା ସହ ସହ ଉତ୍ତମ ଅଧ୍ୟୟନ କରିବାକୁ ଉପଦେଶ ଦେଇଥିଲେ ୲ ଅଧ୍ୟକ୍ଷ ତଥା ବିଭାଗୀୟ ମୁଖ୍ୟ ରଘୁନାଥ ମୁଦୁଲି ଛାତ୍ରଛାତ୍ରୀମାନଙ୍କୁ ସହନଶୀଳ ହେବା ସହ ଶୃଙ୍ଖଳା ଓ ସମୟାନୁବର୍ତ୍ତିତା ଅନୁଷ୍ଠାନରେ ବଜାୟ ରଖିବା ପାଇଁ ଉପଦେଶ ଦେଇଥିଲେ ୲ ଶେଷ ବର୍ଷ ଛାତ୍ରୀ ସୁଶ୍ରୀ ମନୀଷା ସେଠି ଧନ୍ୟବାଦ ଅର୍ପଣ କରିଥିଲେ ୲ ଛାତ୍ରୀ ଜ୍ୟୋତିପ୍ରଭା ସେଠି ଓ ଆଶା ମହାନ୍ତି କାର୍ଯ୍ୟକ୍ରମର ପରିଚାଳନା କରିଥିଲେ ୲ପରିଶେଷରେ ଅନ୍ତିମ ସଙ୍ଗୀତ ଗାନ ସହ ସଭା ସାଙ୍ଗ କରାଯାଇଥିଲା ୲

ରିପୋର୍ଟ -ସୂର୍ଯ୍ୟ ନାରାୟଣ ବଡୁ

Comments (0)
Add Comment