୧୫ କିଲୋ ଗଞ୍ଜେଇ ଜବତ, ଜଣେ ଗିରଫ ।

ମାଲକାନଗିରି , ୨୯/୦୮(ପିପିଟି):ମାଲକାନଗିରି ଜିଲା ଚିତ୍ରକୋଣ୍ଡା ଥାନା ବଡ଼ପଦର ଅଞ୍ଚଳରୁ ଏକ ଅଟୋରେ ଆନ୍ଧ୍ରପ୍ରଦେଶକୁ ଗଞ୍ଜେଇ ଚୋରା ଚାଲାଣ ହେଉଥିବାବେଳେ ପୋଲିସ ଚଢ଼ାଉକରି ୧୫ କିଲୋ ଗଞ୍ଜେଇ କରିବା ସହିତ ଜଣକୁ ଗିରଫ କରିଛି।
ପୋଲିସ ସୂଚନା ଅନୁଯାୟୀ, ଅଟୋ ଯୋଗେ ଆନ୍ଧ୍ରକୁ ଗଞ୍ଜେଇ ଚାଲାଣ ହେଉଥିବା ନେଇ ଚିତ୍ରକୋଣ୍ଡା ଥାନା ଅଧିକାରୀ ଜୟନାରାୟଣ ଖଣ୍ଡେଇ ବିଶ୍ବସ୍ତ ସୂତ୍ରରୁ ସୂଚନା ପାଇଥିଲେ। ଥାନା ଅଧିକାରୀଙ୍କ ନିର୍ଦ୍ଦେଶକ୍ରମେ ଏସ୍ଆଇ ସର୍ବେଶ୍ୱର ଭୋଇଙ୍କ ନେତୃତ୍ୱରେ ଏକ ଟିମ୍ ଗୁରୁବାର ଅପରାହ୍ନ ପ୍ରାୟ ୨ଟାରେ ଚିତ୍ରକୋଣ୍ଡାର ଡାଲଖାଇ ଛକ ବଡପଦର ଅଞ୍ଚଳରେ ପାଟ୍ରୋଲିଂ କରୁଥିଲେ। ଏହି ସମୟରେ ଉକ୍ତ ରାସ୍ତା ଦେଇ ଦ୍ରୁତଗତିରେ ଆସୁଥିବା ଏକ ଅଟୋକୁ ଅଟକାଇ ଯାଞ୍ଚ କରିବାରୁ ସେଥିରେ ଗୋଟିଏ ବସ୍ତାରେ ଗଞ୍ଜେଇ ଥିବା ଦେଖିବାକୁ ପାଇଥିଲେ। ପୋଲିସ ଅଟୋ ସମେତ ଗଞ୍ଜେଇ ଜବତକରି ଥାନାକୁ ଆଣିଥିଲେ। ଗଞ୍ଜେଇ ଚୋରା ଚାଲାଣ ରେ ସଂପୃକ୍ତ କମାରଗୁଡ଼ା ଗ୍ରାମର ନାଗେଶ ହନ୍ତାଳ ନାମକ ଯୁବକଙ୍କୁ ଗିରଫକରି କୋର୍ଟ ଚାଲାଣ କରାଯାଛି।
ଏ ନେଇ ଚିତ୍ରକୋଣ୍ଡା ଥାନା କେସ୍ ନମ୍ବର୧୯୭/୨୭ ରେ ଏକ ମାମଲା ରୁଜୁ କରାଯାଇଛି। ମାଜିଷ୍ଟ୍ରେଟ୍ ଭାବେ ଚିତ୍ରକୋଣ୍ଡା ଅତିରିକ୍ତ ତହସିଲଦାର ପ୍ରଶାନ୍ତ କୁମାର ଭତ୍ରାଙ୍କ ଉପସ୍ଥିତିରେ ଗଞ୍ଜେଇ ଓଜନ କରାଥିବା ବେଳେ ଜବତ ୧୫ କିଲୋ ଗଞ୍ଜେଇର ଆନୁମାନିକ ମୂଲ୍ୟ ୧ ଲକ୍ଷ ଟଙ୍କାରୁ ଅଧିକ ହେବ ବୋଲି ପୋଲିସ ପ୍ରକାଶ କରିଛି।

(ରିପୋର୍ଟ: ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ)

Comments (0)
Add Comment