ବୋଲଗଡ଼, ୧୨/୧୧(ପିପିଟି):ଦୀପଂ ଜ୍ୟୋତି ପରଂବ୍ରହ୍ମ ଦୀପଂ ଜ୍ୟୋତି ଜନାର୍ଦ୍ଦନ ଦୀପଂ ଜ୍ୟୋତି ହରେତ ପାପ ସନ୍ଧ୍ୟା ଦୀପ ନମୋସ୍ତୁତେ।ପ୍ରତ୍ୟେକ ପୁର ପଲ୍ଲୀ ଠାରୁ ଆରମ୍ଭ କରି ସହରାଞ୍ଚଳ ପର୍ଯ୍ୟନ୍ତ ଏହିଦୀପାବଳୀ ଉତ୍ସବ ଆନନ୍ଦ ସହକାରେ ପାଳନ କରାଯାଉଛି। ସବୁଠି ଦୀପ, ମହମବତୀ ଓ ରଙ୍ଗ ବେରଙ୍ଗର ଆଲୋକ ସଜେଇ ଏହି ଉତ୍ସବକୁ ପାଳନ କରାଯାଇଛି। ସାରା ବୋଲଗଡ଼ ବ୍ଲକ୍ ଅଞ୍ଚଳରେ ଏହି ଉତ୍ସବର ପରିବେଶ ଦେଖିବାକୁ ମିଳିଛି। ଦୀପାବଳୀ କୁ ନେଇ ପୌରାଣିକ ଓ ଅନେକ ଲୋକ କଥାରହିଅଛି। ରାମାୟଣ ଅନୁସାରେ ଶ୍ରୀରାମ ଚନ୍ଦ୍ର ରାବଣକୁ ମାରି ଅଯୋଧ୍ୟା କୁ ପ୍ରତ୍ୟାବର୍ତ୍ତନ ଦିନ ତାଙ୍କୁ ସ୍ୱାଗତ କରିବା ପାଇଁ ଆଲୋକରେ ସୁସଜ୍ଜିତ କରିଥିଲେ ଅଯୋଧ୍ୟା ବାସୀ। ଏଥିସହିତ ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ ଶ୍ରାଦ୍ଧ ଦିଆ ଯିବାର ବିଦ୍ଧି ରହିଛି। ଏହାକୁ ମଧ୍ୟ ପୟାଶ୍ରାଦ୍ଧ ବୋଲି କୁହାଯାଏ। କାଉଁରିଆ କାଠି ଜଳାଇ ଧରାପୃଷ୍ଠକୁ ଅବତରଣ କରି ଥିବା ପିତୃପୁରୁଷଙ୍କୁ ବାଟଦେଖାଇବା ଉଦ୍ଦେଶ୍ୟରେ ବଡବଡିଆ ଡାକ ପକାଯାଇଥାଏ।ସେହିଭଳି ବୋଲଗଡ଼ ବ୍ଲକ୍ ଅଞ୍ଚଳରେ ଥିବା ପ୍ରତେକ ଗ୍ରାମରେ ଧୁମ୍ ଧାମ ରେ ଏହି ଦୀପାବଳୀ ଉତ୍ସବ କୁ ପାଳନ କରାଯିବାର ଦେଖାଯାଉଛି। ତତ୍ ସହିତ ବୋଲଗଡ଼ ର ତ୍ରୀନାଥ ବଜାର, ରାଜସୁନାଖଳା ର କୁମ୍ଭାରିଛକ,ବୋଲଗଡର ଗଡସାହି ଓ ହଳଦୀପଦା ଗ୍ରାମର ବାରଦାଣ୍ଡି ସାହିର ପୂଜା ମଣ୍ଡପଗୁଡିକରେ ଆଡମ୍ବର ସହକାରେ ରାତ୍ର ୧:୩୦ମିନିଟ୍ ମା ଶ୍ୟାମକାଳୀଙ୍କ ପୂଜା କାର୍ୟ୍ୟ ଆରମ୍ଭ ହେବ ବୋଲି ସୂଚନା ମିଳିଛି।
(ରିପୋର୍ଟ -ସୁଶାନ୍ତ କୁମାର ପ୍ରଧାନ।)