୩୫ ହଜିଲା ମୋବାଇଲ ଫେରି ପାଇଲେ ହିତାଧିକାରୀ ।

ଭଞ୍ଜନଗର, ୨୫/୦୫(ପିପିଟି ):ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଥାନାରେ ଆଜି ବର୍ଷର ଦ୍ଵିତୀୟ ମୋବାଇଲ ମେଳା ଅନୁଷ୍ଠିତ ହୋଇଯାଇଛି।ଏଥିରେ ମୋଟ ୩୫ଟି ହଜିଥିବା ମୋବାଇଲକୁ ଉଦ୍ଧାର କରି ଅଭିଯୋଗ ଅନୁସାରେ ତାର ପ୍ରକୃତ ମାଲିକକୁ ହସ୍ତାନ୍ତର କରାଯାଇଛି।ଆଜିର କାର୍ଯ୍ୟକ୍ରମରେ ଗଞ୍ଜାମ ଜିଲ୍ଲା ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ରଞ୍ଜନ କୁମାର ଦେ, ଭଞ୍ଜନଗର ଥାନା ଅଧିକାରୀ ଜୀବନାନନ୍ଦ ଜେନା, ଏସଆଇ ଲଷ୍ମୀଧର ମହାନ୍ତି, ଏସଆଇ ଜ୍ୟୋସ୍ନା ସାହୁ, ଏଏସଆଇ ବିଦେଶୀ ବେହେରାଙ୍କ ସମେତ ଅନ୍ୟ ପୋଲିସ କର୍ମଚାରୀମାନେ ଉପସ୍ଥିତ ରହି ଉଦ୍ଧାର ମୋବାଇଲ ଗୁଡ଼ିକ ବଣ୍ଟନ କରିଥିଲେ।ସମସ୍ତେ ନିଜ ହଜିଥିବା ମୋବାଇଲ ପାଇବା ଆଶା ଛାଡ଼ି ଦେଇଥିବା ବେଳେ ଭଞ୍ଜନଗର ପୋଲିସ ଅତ୍ୟାଧୁନିକ ଜ୍ଞାନ କୌଶଳ ପ୍ରୟୋଗ କରି ପୁଣିଥରେ ସେମାନଙ୍କ ମୋବାଇଲ ଫେରି ପାଇଥିବାରୁ ହିତାଧିକାରୀମାନେ ପୋଲିସକୁ କୃତଜ୍ଞତା ଜ୍ଞାପନ କରିଛନ୍ତି।ଏଥି ପୂର୍ବରୁ ଭଞ୍ଜନଗର ପୋଲିସ ୫ଟି ମୋବାଇଲ ମେଳାର ଆୟୋଜନ କରି ବିଭିନ୍ନ ସ୍ଥାନରେ ହଜିଥିବା ୧୫୦ରୁ ଉର୍ଦ୍ଧ୍ବ ବିଭିନ୍ନ ନାମିଦାମୀ କମ୍ପାନୀର ମୋବାଇଲ ଉଦ୍ଧାର କରି ସେସବୁ ପ୍ରକୃତ ମାଲିକକୁ ଫେରସ୍ତ କରିଥିବା ଜଣାପଡ଼ିଛି।

ରିପୋର୍ଟ -(ଜେ.କେ ପଟ୍ଟନାୟକ)

Comments (0)
Add Comment