ପଞ୍ଚାୟତ ସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣୀ ଶିବିରଅନୁଷ୍ଠିତ।

ବେଗୁନିଆପଡା,୨୮/୦୯(ପିପିଟି):ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଳକ୍ ତାଲସର   ପଂଚାୟତ  ପରିସରରେ ଗ୍ରାମ ପଞ୍ଚାୟତ ସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣୀ ଶିବିର ସୋମବାର ଦିନ ଅନୁଷ୍ଠିତ ହୋଇଯାଇଛି । ଏହି ଅଭିଯୋଗ ଶୁଣାଣିରେ  ଗୋଷ୍ଠୀ ଉନ୍ନୟନ ଅଧିକାରୀ ସୁନୀଲ କୁମାର ସାମନ୍ତ  , କୋଦଳା ତହସିଲଦାର ବିନ୍ଦୁ ବଳୟ ରାଉତରାୟ ,ସରପଞ୍ଚ ମୁଳୁନ୍ଦ ମାଧବ ସ୍ୱାଇଁ , ଏ ଇ ପ୍ରକାଶ ଚନ୍ଦ୍ର ଜେନା.ବି ଭି ଓ ଭବାନୀ ଶଙ୍କର ତ୍ରିପାଠୀ,ଏ ଡ଼ି ଓ ଗୌରାଙ୍ଗ ସ୍ୱାଇଁ,ପି ଓ  ଅଜୟ ଦାସ ଯୋଗଦେଇ ଥିବା ବେଳେ ମୂର୍ତ୍ତିକା ସଂରକ୍ଷଣ  ଅଧିକାରୀ ସୁବାଶିଷ ପାତ୍ର  ଜଳ ଓ ପରିମଳ ଯନ୍ତ୍ରୀ ମମତା ପଣ୍ଡା ଯୋଗାଣ ନିରୀକ୍ଷକ ବାଦଲ ବେହେରା ,  ବି ପି ସି ଚନ୍ଦ୍ର ଶେଖର ବେହେରା,  ବି ଏଲ ସି ଦେବରାଜ ବେହେରା  ଯୋଗ ଦେଇ ଥିଲେ । ମୋଟ ୩ଗୋଟି ଅଭିଯୋଗ ଆସିଥିଲା ସେଥି ମଧ୍ୟରୁ  ପେନସେନ ୨ଟି  ରାସନ କାର୍ଡ ୧ଟି ଅଭିଯୋଗ ହୋଇଥିଲା । ସବୁ ଅଭିଯୋଗକୁ ଶୁଣାଣି କରି ନିର୍ଧାରିତ ବିଭାଗକୁ ସମାଧାନ ପାଇଁ ପଦକ୍ଷେପ ନେବାକୁ ସୁପାରିଶ କରିଛନ୍ତି ବେଗୁନିଆପଡ଼ା  ଗୋଷ୍ଠୀ ଉର୍ଣ୍ଣୟନ ଅଧିକାରୀ ସୁନୀଲ କୁମାର ସାମନ୍ତ   ।ଅନ୍ୟପଟେ ଲଗାଣ ବର୍ଷାରେ କ୍ଷତି ହୋଇଥୁବା ଚାଷ ଜମି ର କ୍ଷତିପୂରଣ ପାଇବା ପାଇଁ ତହସିଲଦାର ଙ୍କୁ ନିବେଦନ କରିଥିଲେ କିଛି ଚାଷୀ । ମୁଁ ବର୍ଷାରେ ବି ଏହି ପଞ୍ଚାୟତ କୁ ଆସି ସ୍ଥିତି ଅନୁଧ୍ୟାନ କରିବା ସହିତ ଆବଶ୍ୟକୀୟ କାର୍ଯ୍ୟ ତୁଲାଇଛି, ଫସଲ କ୍ଷୟକ୍ଷତି ଉପରେ ଅନୁଧ୍ୟାନ କରାଯାଉଛି ବୋଲି ତହସିଲଦାର ପ୍ରକାଶ କରିଛନ୍ତି ।

ରିପୋର୍ଟ -ସୂର୍ଯ୍ୟ ନାରାୟଣ ବଡୁ

Comments (0)
Add Comment