ହରଭଙ୍ଗା ବ୍ଲକରେ ବିଜେଡିର ଜନସମ୍ପର୍କ ପଦଯାତ୍ରା। ।

ହରଭଙ୍ଗା ,୧୧/୧୧:  ଗତ ସାଧାରଣ ନିର୍ବାଚନର ଦୀର୍ଘ ଅଢେଇ ବର୍ଷ ପରେ ବିଜେଡି ପକ୍ଷରୁ ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକରେ ଏକ ଜନ ସମ୍ପର୍କ ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି ।ଏହି ପଦଯାତ୍ରା ରେ ଶତାଧିକ କର୍ମୀଙ୍କ ଯୋଗଦାନ ବୌଦ୍ଧ ରାଜନୈତିକ ଚର୍ଚ୍ଚାକୁ ସରଗରମ କରିଛି । ପ୍ରକାଶ ଯେ ବିଜେଡି ସୁପ୍ରିମୋ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ  ନବୀନ ପଟ୍ଟନାୟକଙ୍କ ଆହ୍ୱାନ କ୍ରମେ ଗାନ୍ଧୀଜୟନ୍ତୀ ଠାରୁ ସାରା ରାଜ୍ୟରେ ଏହି ପଦଯାତ୍ରା ଆରମ୍ଭ ହୋଇଛି। ମଙ୍ଗଳବାର ବୌଦ୍ଧ ଜିଲ୍ଲା ବିଜେଡି ସଭାପତି ତଥା ପୁର୍ବତନ ବାଚସ୍ପତି ପ୍ରଦୀପ କୁମାର ଅମାତଙ୍କ ନେତୃତ୍ୱରେ ହରଭଙ୍ଗା ବ୍ଲକ ର ଦୁର୍ଗମ ତଳଗାଁ ପଞ୍ଚାୟତ ର ଗଣ୍ଡାପାଜୁ ଠାରୁ ଏହି ଜନ ସମ୍ପର୍କ ପଦଯାତ୍ରା ଆରମ୍ଭ ହୋଇଥିଲା। ଗଣ୍ଡପାଜୁ ଠାରୁ ବାହାରିଥିବା ଏହି ପଦଯାତ୍ରା ରେ ଶହ ଶହ କର୍ମୀ ସାମିଲ ହୋଇଥିବା ଦେଖିବାକୁ ମିଳିଥିଲା ।

ତଳଙ୍ଗା,ମହାଲିକପଡା,କୁଶଙ୍ଗ,ହରଭଙ୍ଗା,ଛତ୍ରଙ୍ଗ ପଞ୍ଚାୟତ ଦେଇ ବାଇଶିପଡା ଠାରେ ଏହି ଜନ ସମ୍ପର୍କ ପଦଯାତ୍ରା ପହଂଚିଥିଲା । ସେଠାରେ ଏକ ସାଧାରଣ ସଭାସହ ଏହି ପଦଯାତ୍ରା ଉଦଯାପିତ ହୋଇଯାଇଛି । ସମ୍ପ୍ରତି ସବୁକ୍ଷେତ୍ରରେ ବିଫଳ ହୋଇଥିବା ବିଜେପି ସରକାର ବିରୁଦ୍ଧରେ ଯୁଦ୍ଧମ ଦେହୀ ଡାକରା ଦେଇଥିଲେ । ଆଜିର ପଦଯାତ୍ରା ରେ ତିନିହଜାରରୁ ଉର୍ଦ୍ଧ ଜନସାଧାରଣଙ୍କ ଶୋଭାଯାତ୍ରା ଅଞ୍ଚଳରେ ଏକ ନୂତନ ଚର୍ଚାରେ ବିଷୟ ପାଲଟିଛି । ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟସମ୍ପାଦକ ଅଶୋକ ସାହୁ ନଗରପାଳ ମୃତ୍ୟୁଞ୍ଜୟ ମିଶ୍ର ଜିଲ୍ଲାପରିଷଦ ଅଧକ୍ଷା ପ୍ରଭାସିନୀ ଦାସ ସାମାଜିକ ଗଣମାଧ୍ୟମ ସଂଯୋଜକ ଅବକାଶ ସାହୁ, ପ୍ରଦୀପ କୁମାର ସାହୁ ଜ୍ୟୋତି ରଞ୍ଜନ ସାହୁ ବସନ୍ତ ସ୍ୱାଇଁ,ଧୂରୀଣ ଦେହୁରୀବିଶ୍ୱଜିତ ମିଶ୍ର ସଞ୍ଜୟ ଦେହୁରୀ,ସୁବୋଧ ପ୍ରଧାନ ପ୍ରମୁଖ ଯୋଗ ଦେଇଥିଲେ ।

Comments (0)
Add Comment