ଉର୍ମିଳା ସାହୁ ହାତୀଓଟ ଓଡ଼ିଶା ଆଦର୍ଶ ବିଦ୍ୟାଳୟର ନୂତନ ଉପାଧ୍ୟକ୍ଷା।

ପୋଲସରା,୧୦/୧୧ (ପିପିଟି) : ଗଞ୍ଜାମ ଜିଲ୍ଲାର ପୋଲସରା ବ୍ଲକ ଅନ୍ତର୍ଗତ ହାତୀଓଟ ଗ୍ରାମ ସ୍ଥିତ ଓଡ଼ିଶା ଆଦର୍ଶ ବିଦ୍ୟାଳୟର ସ୍ନାତକୋତ୍ତର ଶିକ୍ଷୟିତ୍ରୀ ( ପିଜିଟି ଇ°ରାଜୀ) ଉର୍ମିଳା ସାହୁ, ସେହି ସମାନ ବିଦ୍ୟାଳୟର ଉପାଧ୍ୟକ୍ଷା ଭାବେ ପଦୋନ୍ନତି ପାଇଛନ୍ତି। ସେ ୨୦୧୯ ମସିହାରୁ ଏହି ବିଦ୍ୟାଳୟରେ ନିଷ୍ଠାର ସହ ସେବା ପ୍ରଦାନ କରିବା ସହ ଦୀର୍ଘ ୧୫ ମାସ ଧରି ଭାରପ୍ରାପ୍ତ ଅଧ୍ୟକ୍ଷା ଭାବେ ସଫଳତାର ସହ ଦାୟିତ୍ୱ ତୁଲାଇଥିଲେ। ଗତ ଅକ୍ଟୋବର ୨୯ ତାରିଖରେ ତାଙ୍କୁ ବିଦ୍ୟାଳୟର ସ୍ଥାୟୀ ଉପାଧ୍ୟକ୍ଷା ଭାବେ ଆନୁଷ୍ଠାନିକ ପଦୋନ୍ନତି ମିଳିଛି। ଭାରପ୍ରାପ୍ତ ଅଧ୍ୟକ୍ଷା ଭାବେ କାର୍ଯ୍ୟ କରିବା ସମୟରେ ଶ୍ରୀମତୀ ସାହୁଙ୍କ ପ୍ରଶାସନିକ କୁଶଳତା ଉଚ୍ଚକୋଟୀର ରହିଥିଲା। ତାଙ୍କ ମାର୍ଗଦର୍ଶନରେ ବିଦ୍ୟାଳୟ ସିବିଏସଇ ବୋର୍ଡ ପରୀକ୍ଷାରେ ଚମତ୍କାର ସଫଳତା ହାସଲ କରିଥିଲା। ଶ୍ରୀମତୀ ସାହୁଙ୍କ ପଦୋନ୍ନତି ଉପଲକ୍ଷେ ବିଦ୍ୟାଳୟ ପରିସରରେ ଏକ ସମ୍ବର୍ଦ୍ଧନା ସଭାର ଆୟୋଜନ କରାଯାଇଥିଲା। ବିଦ୍ୟାଳୟର ବରିଷ୍ଠ ଶିକ୍ଷୟିତ୍ରୀ ଜ୍ୟୋତିର୍ମୟୀ ପରିଡ଼ା ଭାଇସପ୍ରିନସପାଲ ଶ୍ରୀମତୀ ସାହୁଙ୍କୁ ପୁଷ୍ପଗୁଚ୍ଛ ପ୍ରଦାନ କରି ସମ୍ବର୍ଦ୍ଧିତ କରିଥିଲେ। ଏଥିସହ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଏବଂ ଛାତ୍ରଛାତ୍ରୀ ତାଙ୍କୁ ଆନ୍ତରିକ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇବା ସହ ଆଗାମୀ ଦିନରେ ତାଙ୍କ ମାର୍ଗଦର୍ଶନରେ ବିଦ୍ୟାଳୟ ଶିକ୍ଷା କ୍ଷେତ୍ରରେ ଆହୁରି ସୁନାମ ଅର୍ଜନ କରିବ ବୋଲି ଆଶା ବ୍ୟକ୍ତ କରିଛନ୍ତି।

ରିପୋର୍ଟ: ସନ୍ତୋଷ କୁମାର ପଣ୍ଡା

Comments (0)
Add Comment