ସୁବର୍ଣ୍ଣପୁର ପୈାରପରିଷଦ ପକ୍ଷରୁ ସ୍ବାୟତ୍ତ ଶାସନ ଦିବସ ପାଳିତ ।

ସୁବର୍ଣ୍ଣପୁର ,୩୧/୦୮(ପିପିଟି) : ସୁବର୍ଣ୍ଣପୁର ପୈାରପରିଷଦ ପକ୍ଷରୁ ନିଖିଳ ଭାରତ ସ୍ବାୟତ୍ତ ଶାସନ ଦିବସ ମହାସମାରୋହରେ ପାଳିତ ହୋଇଯାଇଛି। ଭୋର ସମୟରେ ରାମଧୁନ ପରିବେଷଣ ହେବା ସହ ସହରରେ ବିଭିନ୍ନ ବରପୁତ୍ରମାନଙ୍କ ପ୍ରତିମୂର୍ତ୍ତି ମାନଙ୍କୁ ମାଲ୍ୟାର୍ପଣ କରାଯାଇଥିଲା।ଏଥିସହିତ ପୈାର ପରିଷଦ କାର୍ଯ୍ୟାଳୟରେ ପରିସରରେ ପୌରାଧ୍ୟକ୍ଷା ତାମସି ତାମସ୍ମିତା ନାଏକ ପତାକା ଉତ୍ତୋଳନ କରିଥିଲେ। ଅପରାହ୍ନ ରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ସୋନପୁର ଜିଲ୍ଲାପାଳ ଅନ୍ୟା ଦାସ ଯୋଗଦେଇଥିଲେ l ସୋନପୁର ହେଉଛି ଏକ ଶାନ୍ତିପୂର୍ଣ୍ଣ ସହରେ ,ଆଗାମୀ ଦିନରେ ସହରରେ ପାର୍କ ଉନ୍ନତିକରଣ ସହିତ ଯୁବ ପିଢି ପାଇଁ ଜମି ଓ ସହରର ସ୍ବଛ୍ଛତା ଉପରେ ଗୁରତ୍ବ ଦି଼ଆଯିବ ବୋଲି ତାଙ୍କ ଉଦ୍‌ବୋଧନ ମଧ୍ୟମରେ ଲୋକଙ୍କୁ କହିଥିଲେ । ସେହିପରି ସହରର ଡ୍ରେନେଜ ଓ ରାସ୍ତା ଘାଟର ସମସ୍ୟା ଶିଘ୍ର ସମାଧାନ କରାଯିବ ବୋଲି ପୌରାଧ୍ୟକ୍ଷା ତାମସୀ ତାମସ୍ମିତା ନାୟକ ସୂଚନା ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ପୂର୍ବତନ ପୌରାଧ୍ୟକ୍ଷ ଓ ପୌରାଧ୍ୟକ୍ଷା ଓ ସମସ୍ତ କାଉନସିଲର ମାନନଙ୍କୁ ମୁଖ୍ୟ ଇତିଥି ଜିଲ୍ଲାପାଳ ଅନ୍ୟା ଦାସ ସମ୍ମାନୀତ କରିଥିଲେ l ମ୍ୟୁନିସିପାଲଟି କାର୍ଯ୍ୟ ନିର୍ବାହୀ ଅଧିକାରୀ ଅନୀଲ କୁମାର କୁଲ୍ଲୁ ଧନ୍ୟବାଦ ଅର୍ପଣ କରିଥିଲେ ।ପରେ ସାସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।

ରିପୋର୍ଟ -ଶାନ୍ତନୁ କୁମାର କର୍ଣ୍ଣ

Comments (0)
Add Comment