ସୁବର୍ଣ୍ଣପୁର ଜିଲ୍ଲାରେ ନୂତନ ଆରକ୍ଷୀ ଅଧିକ୍ଷକଙ୍କ ଯୋଗଦାନ ।

ଉଲୁଣ୍ଡା,୦୯/୦୩(ପିପିଟି): ଆଜି ସୁବର୍ଣ୍ଣପୁର ଜିଲ୍ଲା ର ନୂତନ ଆରକ୍ଷୀ ଅଧିକ୍ଷକ ଭାବରେ ଅମରେଶ ପଣ୍ଡା ଯୋଗ ଦେଇଛନ୍ତି।୧୯୮୫ ରୁ ପୋଲିସ ବିଭାଗରେ ସେ ନିଯୁକ୍ତି ପାଇ ରାଜ୍ୟର ବିଭିନ୍ନ ଜିଲ୍ଲାରେ ତାଙ୍କର ଦାୟିତ୍ୱ ନିର୍ବାହ କରିଥିବା ବେଳେ ସବୁସମୟରେ ଜନସାଧାରଣଙ୍କ ସେବା ଓ ସୁରକ୍ଷାକୁ ପ୍ରାଥମିକତା ଦେଇଆସିଥିବା ସେ ପ୍ରକାଶ କରିଛନ୍ତି । ଜନସାଧାରଣଙ୍କ ସହ ପୋଲିସ ସବୁବେଳେ ବନ୍ଧୁତ୍ୱପୂର୍ଣ ସଂପର୍କ ରଖିବା ସହ ଲୋକଙ୍କ ମୌଳିକ ସୁବିଧା ସୁଯୋଗ ପ୍ରତି ବିଶେଷ ଧ୍ୟାନ ଦେବାସହ ଜିଲ୍ଲାର ଆଇନଶୃଙ୍ଖଳା ପରିସ୍ଥିତି, ସହରର ଟ୍ରାଫିକ ସମସ୍ୟା ଉପରେ ବିଶେଷ ଧ୍ୟାନଦେବାକୁ ମତ ରଖିଥିଲେ। ଗଣମାଧ୍ୟମ ପ୍ରତିନିଧି ଙ୍କ ପ୍ରଶ୍ନର ଉତ୍ତରରେ ସାଇବର କ୍ରାଇମକୁ ରୋକିବା ପାଇଁ ଜିଲ୍ଲାରେ ସାଇବର ସେଲକୁ ଅଧିକ କ୍ରିୟାଶୀଳ କରାଇବାସହ ଜିଲ୍ଲାରେ ବଢିଥିବା ଲୁଟତରାଜ, ଛିନତାଇକୁ ରୋକିବା ପାଇଁ ବିଶେଷ ଯତ୍ନ ନେବାଉପରେ ଗୁରୁତ୍ୱାରୋପ କରିଥିଲେ।ସେହିପରି ବାଇକ ଆରୋହୀଙ୍କୁ ସଦାସର୍ବଦା ହେଲମେଟ ପିନ୍ଧିବା ଓ କାରଚାଳକ ଙ୍କୁ ସିଟବେଲ୍ଟ ପରିଧାନକୁ କଡାକଡି ଚେକିଂ କରାଇବା ଉପରେ ଗୁରୁତ୍ୱ ଦେବାସହ ଜନସାଧାରଣଙ୍କ ଆସ୍ଥାଭାଜନରେ ଗଣମାଧ୍ୟମ ପ୍ରତିନିଧି ତଥା ଜିଲ୍ଲାର ସମସ୍ତ ଜନସାଧାରଣଙ୍କ ସହଯୋଗ ଲୋଡିଥିଲେ। ସଦର ଡାକ୍ତରଖାନା ରେ ବନ୍ଦ ଥିବା ବିଟ ହାଉସକୁ ପୁନଃ ସ୍ଥାପନ ପାଇଁ ମିଡ଼ିଆ ପକ୍ଷରୁ ଏସପି ଙ୍କୁ ଅନୁରୋଧ କରାଯାଇଥିଲା ।

ରିପୋର୍ଟ-ଶାନ୍ତନୁ କୁମାର କର୍ଣ୍ଣ ।

Comments (0)
Add Comment