‘ସାଧୁତାରୁ ସମୃଦ୍ଧି’ ବାର୍ତ୍ତା ନେଇ ସଚେତନତା ଶୋଭାଯାତ୍ରା, ଅଧିକାରୀ ଓ କର୍ମଚାରୀଙ୍କ ଶପଥ ପାଠ ।

ଛତ୍ରପୁର,୩୧/୧୦(ପିପିଟି): ଦୁର୍ନୀତିମୁକ୍ତ ସମାଜ ଗଠନ ସହ ସରକାରୀ କାର୍ଯ୍ୟଧାରାରେ ସ୍ୱଚ୍ଛତା, ସଚ୍ଚୋଟତା ଓ ଉତ୍ତରଦାୟିତ୍ୱର ମୂଲ୍ୟବୋଧକୁ ସୁଦୃଢ଼ କରିବା ଉଦ୍ଦେଶ୍ୟରେ ‘ସାଧୁତାରୁ ସମୃଦ୍ଧି’ ବାର୍ତ୍ତା ସହ ଗଞ୍ଜାମ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ସଦ୍‌ଭାବନା ସମ୍ମିଳନୀ କକ୍ଷରେ ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ଦେବଦତ୍ତ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ-୨୦୨୬ ପାଳିତ ହୋଇଯାଇଛି ।

ଏହି ଅବସରରେ ଶ୍ରୀ ପଣ୍ଡା କହିଥିଲେ ଯେ, ଦୁର୍ନୀତି ନିବାରଣ କେବଳ ପ୍ରଶାସନର ଦାୟିତ୍ୱ ନୁହେଁ, ଏହା ସମାଜର ପ୍ରତ୍ୟେକ ନାଗରିକଙ୍କ ସାମୂହିକ ଦାୟିତ୍ୱ। ସରକାରୀ ସେବା ପ୍ରଦାନ ଓ କାର୍ଯ୍ୟ ସମ୍ପାଦନରେ ସ୍ୱଚ୍ଛତା ଏବଂ ନିରପେକ୍ଷତା ଅବଲମ୍ବନ କରିବା ସହ ଦୁର୍ନୀତି ପ୍ରତି ଶୂନ୍ୟ ସହନଶୀଳତା ମନୋଭାବ ପୋଷଣ କରିବା ଆବଶ୍ୟକ ।

ଏହି ଅବସରରେ କୃତି ଛାତ୍ରଛାତ୍ରୀମାନଙ୍କୁ ପୁରସ୍କୃତ କରାଯାଇଥିଲା ।

ଏହି କାର୍ଯ୍ୟକ୍ରମରେ ସନ୍ଧ୍ୟାରାଣୀ ସାହୁ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ, ବ୍ରହ୍ମପୁର,କ୍ରୀଷ୍ଣା କୁମାରୀ ପ୍ରଧାନ, ଉପ ଆରକ୍ଷୀ ଅଧିକ୍ଷକ, ଛତ୍ରପୁର, ବୈଦେହୀ କୁମାରୀ ବେହେରା, ଉପ ଆରକ୍ଷୀ ଅଧିକ୍ଷକ,ବ୍ରହ୍ମପୁର, ଗୀତାଞ୍ଜଳି ରଥ କ୍ଷିପ୍ର ଲେଖକଙ୍କ ସମେତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ବିଭିନ୍ନ ବିଭାଗର ଅଧିକାରୀ ଓ କର୍ମଚାରୀ ଯୋଗଦେଇଥିଲେ ।

ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ସୌରଭ ପ୍ରଧାନ କାର୍ଯ୍ୟକ୍ରମର ସଂଯୋଜନା କରିଥିଲେ ।

ସକାଳେ ଏକ ସଚେତନତା ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା ।

Comments (0)
Add Comment