ସମ୍ବିଧାନ ଦିବସ ପାଳିତ ।

କୋଦଳା ,୨୬/୧୧(ପିପିପି): ଆଜି କୋଦଳା ସ୍ଥିତ ଲକ୍ଷ୍ମୀନାରାୟଣ ସ୍ନାତକ ମହାବିଦ୍ୟାଳୟର ନିର୍ବାଚନ ସାକ୍ଷରତା କ୍ଲବ୍ ଓ ରାଜନୀତିବିଜ୍ଞାନ ବିଭାଗ ର ସହଯୋଗିତାରେ ସମ୍ବିଧାନ ଦିବସ ପାଳିତ ହୋଇଯାଇଛି । ମହାବିଦ୍ୟାଳୟର ଅଧ୍ୟକ୍ଷ ରଘୁନାଥ ମୁଦୁଲି ଆଜିର ସଭାକାର୍ଯ୍ୟକୁ ଅଧ୍ୟକ୍ଷତା କରି ସମ୍ବିଧାନ ର ବିଭିନ୍ନ ଦିଗ ସମ୍ପର୍କେ ଆଲୋଚନା କରିଥିଲେ । ପ୍ରଶାସନିକ ଅଧିକାରୀ ରଞ୍ଜୁବାଳା ନନ୍ଦ, ଅନ୍ତର୍ନିହିତ ଗୁଣାବଳୀ ବର୍ଧକ ସଂଯୋଜକ  ସପନ କୁମାର ଦାଶ, ରାଜନୀତି ବିଜ୍ଞାନ ବିଭାଗର ଅଧ୍ୟାପକ  ଲିପୁନ ମାଝୀ, ଗଣିତ ବିଭାଗର ଅଧ୍ୟାପିକା ପ୍ରିୟଦର୍ଶିନୀ ସାହୁ ଭାରତୀୟ ସମ୍ବିଧାନର ମହତ୍ତ୍ୱ ଓ ଆବଶ୍ୟକତା ବିଷୟରେ ଆଲୋଚନା କରିଥିଲେ। ସଭାକାର୍ଯ୍ୟ ର ପ୍ରାରମ୍ଭରେ ଭାରତୀୟ ସମ୍ବିଧାନ ପ୍ରସ୍ତାବନାର ସାମୁହିକ ପଠନ କରାଯାଇଥିଲା । ଆଜିର କାର୍ଯ୍ୟକ୍ରମକୁ ଅଧ୍ୟାପକ ଲିପୁନ ମାଝୀ ସଂଯୋଜନା କରିଥିବା ବେଳେ ମହାବିଦ୍ୟାଳୟ ର ନିର୍ବାଚନ ସାକ୍ଷରତା କ୍ଲବର ସଂଯୋଜିକା ତପସ୍ୱିନୀ କରଣ ସମ୍ବିଧାନ ର ସମ୍ପର୍କେ ଆଲୋଚନା କରିବା ସହିତ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

ରିପୋର୍ଟ -ସୂର୍ଯ୍ୟ ନାରାୟଣ ବଡୁ

Comments (0)
Add Comment