କାର ଧକ୍କାରେ ଜଣେ ମୃତ ଓ ଜଣେ ଗୁରୁତର ।

ଭଞ୍ଜନଗର, ୨୭/୧୧(ପିପିଟି ):ରାଜ୍ୟରେ ପ୍ରତିବର୍ଷ ଦୁର୍ଘଟଣା ହାର ବୃଦ୍ଧି ପାଉଥିବା ବେଳେ କାମ ଦେଉନି ସଚେତନତା କାର୍ଯ୍ୟକ୍ରମ, ଅର୍ଥଦଣ୍ଡ।ଗୁରୁବାର ସନ୍ଧ୍ୟା ସମୟରେ ଭଞ୍ଜନଗର ଠାକୁରାଣୀ ମନ୍ଦିର ସାହିର କିଛି ବ୍ୟବସାୟୀ ଗୋଟେ ଚାରିଚକିଆ ଗାଡି ଓ ମୋଟର ସାଇକେଲରେ ପଇଡ଼ ଆଣିବାକୁ ଯାଇଥିଲେ।ସୋରାଦେବୀ ମନ୍ଦିର ନିକଟ ବୁଦୁଲି ମୁଖ୍ୟ ରାସ୍ତା ପାର୍ଶ୍ଵରେ ସେମାନେ ଛିଡା ହୋଇଥିବା ବେଳେ ମୁଜାଗଡ ଆଡୁ ଭଞ୍ଜନଗର ଆସୁଥିବା ଏକ ମାରୁତି ସୁଜୁକି କାର ଦ୍ରୁତଗତି ରେ ଆସି ସେମାନଙ୍କୁ ଧକ୍କା ଦେଇଥିଲା, ଫଳରେ ଘଟଣା ସ୍ଥଳରେ ଗୁରୁତର ଅବସ୍ଥାରେ ଥିବା ବ୍ୟକ୍ତିଙ୍କୁ ସ୍ଥାନୀୟ ଜନସାଧାରଣ ଉଦ୍ଧାର ଭଞ୍ଜନଗର ମେଡ଼ିକାଲ ଆଣିଥିଲେ, ହେଲେ ଅଧିକ ଚିକିତ୍ସା ପାଇଁ ପରେ ସେମାନଙ୍କୁ ବ୍ରହ୍ମପୁର ଡାକ୍ତରଖାନା ସ୍ଥାନାନ୍ତର କରାଯାଇଥିଲା।ଏହି ଦୁର୍ଘଟଣାରେ ଭଞ୍ଜନଗର ଠାକୁରାଣୀ ମନ୍ଦିର ସାହିର ଆକାଶ ବେହେରା ଙ୍କ ଗୋଡ ଓ ମୁଣ୍ଡରେ ଗଭୀର ଆଘାତ ଲାଗି ଥିବାରୁ ତାଙ୍କର ବ୍ରହ୍ମପୁର ମେଡ଼ିକାଲ ରେ ମୃତ୍ୟୁ ହୋଇଥିବା ବେଳେ ବିକ୍ରମ ଚୌଧୁରୀ ଙ୍କ ସ୍ଵାସ୍ଥ୍ୟ ଅବସ୍ଥା ଗମ୍ଭୀର ଥିବା ଜଣାପଡ଼ିଛି। ଆଉ ଜଣେ ଆହତଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିର ରହିଛି।ପ୍ରତ୍ୟକ୍ଷଦର୍ଶୀଙ୍କ ସୂଚନା ଅନୁସାରେ ଦୁର୍ଘଟଣା ଘଟାଇଥିବା ଗାଡ଼ିରେ ତିନି ଜଣ ବ୍ୟକ୍ତି ଅତ୍ୟଧିକ ମଦ୍ୟପାନ କରିଥିଲେ ଓ ଦୁର୍ଘଟଣା ଘଟାଇବା ପରେ ଜଙ୍ଗଲ ବାଟରେ ଲୁଚି ପଳାଇ ଥିଲେ। ପୋଲିସ ଅଭିଯୋଗ ପରେ ଦୁର୍ଘଟଣା ଘଟାଇଥିବା ଗାଡିକୁ ଜବତ କରାଯାଇଛି ଏବଂ ଏସଂକ୍ରାନ୍ତରେ ଭଞ୍ଜନଗର ପୋଲିସ ଅଧିକ ତଦନ୍ତ ଜାରି ରହିଛି।

ରିପୋର୍ଟ -ଜେ କେ ପଟ୍ଟନାୟକ

Comments (0)
Add Comment