ଶିକ୍ଷା ବିଭାଗର ଜିଲ୍ଲା ସ୍ତରୀୟ କାର୍ଯ୍ୟକାରିଣୀ ବୈଠକ ।

ମାଲକାନଗିରି, ୦୭/୦୮(ପିପିଟି):ଜିଲ୍ଲା ଶିକ୍ଷାଧିକାରୀଙ୍କ ସଭାଗୃହରେ ଜିଲ୍ଲା ସ୍ତରୀୟ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇ ଯାଇଛି । ଏହି ବୈଠକରେ ଅତିରିକ୍ତ ଶିକ୍ଷାଧିକାରୀ ଭାଗିରଥି ବେହେରା ସଭାପତିତ୍ବ କରିଥିଲା ବେଳେ ସମ୍ମାନିତ ଅତିଥି ଭାବେ ଜିଲ୍ଲା ମଙ୍ଗଳ ଅଧିକାରୀ ଏ ଶ୍ରୀନିବାସ ଆଚାରୀ, ଜିଲ୍ଲା ବିଜ୍ଞାନ ନିରୀକ୍ଷକ ଜଗନ୍ନାଥ ବେହେରା, ମାଲକାନଗିରି ବ୍ଲକ ଶିକ୍ଷା ଅଧିକାରୀ ମମତା ସୟ, ଚିତ୍ରକୋଣ୍ଡା ବ୍ଲକ ଶିକ୍ଷା ଅଧିକାରୀ ଗାୟତ୍ରୀ ଦେବୀ, ଖଇରିପୁଟ ବ୍ଲକ ଶିକ୍ଷା ଅଧିକାରୀ ଦିଲ୍ଲିପ କୁମାର ଗଣ୍ଡ, କୋରୁକୋଣ୍ଡା ବ୍ଲକ ଶିକ୍ଷା ଅଧିକାରୀ ଅସିତ କୁମାର ମିସ୍ତ୍ରୀ ଓ ଜିଲ୍ଲା ଶାରୀରିକ ଶିକ୍ଷାଧିକାରୀ କାର୍ତ୍ତିକଚନ୍ଦ୍ର ବେହେରା ପ୍ରମୁଖ ଯୋଗ ଦେଇଥିଲେ ।

ଜିଲ୍ଲା ଶିକ୍ଷାଧିକାରୀ ଚିତ୍ତରଞ୍ଜନ ପାଣିଗ୍ରାହୀ, ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରୀ ମଞ୍ଜୁଲତା ଭୋଇଙ୍କ ମାର୍ଗ ଦର୍ଶନରେ ଅନୁଷ୍ଠିତ ଏହି ବୈଠକରେ ଜିଲ୍ଲାର ସମସ୍ତ ସଦସ୍ଯ ଉପସ୍ଥିତ ରହି ଜିଲ୍ଲାରେ କ୍ରୀଡା ,ଜେଆରସି,ସ୍କାଉଟ ଏଣ୍ଡ ଗାଇଡ ଏବଂ ଏନସିସି ଗୁଡ଼ିକ କିପରି ଅଗ୍ରଗତି କରିପାରିବ ସେ ବିଷୟରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଥିଲେ। ଜିଲ୍ଲା ଶାରୀରିକ ଶିକ୍ଷାଧିକାରୀ କାର୍ତ୍ତିକ ବେହେରା ଜିଲ୍ଲା କ୍ରୀଡ଼ାର ବାର୍ଷିକ ବିବରଣୀ, ଜିଲ୍ଲା ଜେ ଆର ସି ଅଫିସର ନିରଞ୍ଜନ ମହାରଣା ଜେ ଆର ସି ର ବାର୍ଷିକ ବିବରଣୀ, ଜିଲ୍ଲା ସ୍କାଉଟ ଗାଇଡ଼ର ଯୁଗ୍ମ ସଂପାଦକ ଶରତ ଦାଶ ସ୍କାଉଟ ଗାଇଡ଼ର ବାର୍ଷିକ ବିବରଣୀ ଓ ଜିଲ୍ଲା ଏନସିସି ମୁଖ୍ୟ ପ୍ରଶାନ୍ତ ବୁରୁଦା, ଜିଲ୍ଲା ଏନସିସି ର ବାର୍ଷିକ ବିବରଣୀ ଉପସ୍ଥାପନା କରି ଜିଲ୍ଲାର ଏହି ସମସ୍ତ ଶାଖା ଗୁଡ଼ିକ କିପରି ସଫଳତା ଅର୍ଜନ କରିପାରିବେ ତାର ରୂପ ରେଖ ଉପସ୍ଥାପନ କରିଥିଲେ । ଜିଲ୍ଲା ସ୍ତରରୁ ବ୍ଲକ ସ୍ତରରେ କିପରି ଅଗ୍ରଗତି କ୍ରିୟାନୟନ ହୋଇ ପାରିବ ଶ୍ରୀ ବେହେରା ଧ୍ୟାନ ଆକର୍ଷଣ କରିଥିଲେ । ଏହି ବୈଠକ କୁ ସିନିୟର ଜେଆରସି ଦେବରାଜ ସେଠୀ ପରିଚାଳନା କରିଥିଲେ ।

(ରିପୋର୍ଟ: ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ)

Comments (0)
Add Comment