ବୋଲଗଡ,୦୫/୦୭(ପିପିଟି):ରାଜ୍ୟରେ ଗୁରୁବାର ଦିନ ଠାରୁ ଲଗାଣ ବର୍ଷା ହଉଚି । ବିଲ ବାଡ଼ି ଗାଡ଼ିଆ ପୋଖରୀ ପାଣିରେ ପୂର୍ଣ୍ଣ ହୋଇ ଉଛୁଳିପଡୁଥିବା ବେଳେ ଏହାର ଅନ୍ୟ ଏକ ରୂପ ନେଇ କେଉଁଠି ଘର ଭାଙ୍ଗିଲାଣି ତ କେଉଁଠି ଗଛ ଉପୁଡିଲାଣି । ସେହିପରି ଭାବରେ ଖୋର୍ଦ୍ଧା ଜିଲ୍ଲା ବୋଲଗଡ ବ୍ଲକ ସ୍ଥିତ ସାଗରଗୁଆଁ ଗ୍ରାମପଞ୍ଚାୟତ ଗୋଡିଆଳି ଗ୍ରାମର ଲଗାଣ ଲଘୁଚାପଜନିତ ବର୍ଷାରେ ଶିଶୁଳା ବେୱା, ସେହି ଗ୍ରାମର ସରୋଜିନୀ ଦଳାଇ ଙ୍କର ଦୁଇ ଦୁଇ ବଖରା ମାଟି ଚାଳ ଛପର ଘର ଭୁଷୁଡି ପଡିଥିବା ବେଳେ ପିଚୁକୁଳି ଗ୍ରାମପଞ୍ଚାୟତ ଅନ୍ତର୍ଗତ ରାସୋଳ ଗ୍ରାମରେ ଲଗାଣ ବର୍ଷାର ପ୍ରଭାବ ପଡିଛି । ରାସୋଳ ବଡ଼ ସାହିରେ ବିକ୍ରମ ପରିଡାଙ୍କ ଦୁଇ ବଖରା ଭାଙ୍ଗି ଗ୍ରାମର ମଝିରାସ୍ତାରେ ପଡିଛି । ବର୍ଷାରେ ଚାଳ ଘର ସହିତ ମାଟି କାନ୍ଥ ଭୁଶୁଡ଼ିଦେବା ଯୋଗୁଁ ଏହା ଘଟିଛି । ଭଗ୍ୟ ବଶତଃ ପରିବାର ଲୋକେ ଅଳ୍ପକେ ବର୍ତ୍ତୀ ଯାଇଛନ୍ତି । ଗ୍ରାମର ମଝିରେ ରାସ୍ତାରେ ଘର ଭାଙ୍ଗି ପଡ଼ିଲା ବେଳେ ରାସ୍ତାରେ କେହି ଯିବା ଆସିବା କରୁନଥିଲେ । ନଚେତ କାହାର ଜୀବନ ଚାଲିଯିବାର ସମ୍ଭାବନା ଥିଲା । ଭାଗ୍ୟକୁ କେହି ନଥିଲେ ଯାହାଫଳରେ ବିପଦ ଟଳି ପଡିଛି । ସେହିପରି ଭାବରେ ଖଙ୍ଗୁରିଆ ଗ୍ରାମପଞ୍ଚାୟତ ସଂପୁର ଗ୍ରାମର ଚନ୍ଦ୍ର ଶେଖର ପୁର ମୌଜାର ସୌମ୍ୟରଞ୍ଜନ ବେହେରାଙ୍କ ଘର ମଧ୍ୟ ଲଗାଣ ବର୍ଷା ଯୋଗୁଁ ଘର ଭାଙ୍ଗି ନଷ୍ଟ ହେବା ସହିତ ଘରେ ଥିବା ଅନେକ ଧନ, ଜୀବନ, ସହିତ ଘରର ଆସବା ପତ୍ର ସାମଗ୍ରୀ ଭାଙ୍ଗି ମାଟିତଳେ ମିଶିଯାଇଛି । ବୋଲଗଡ ତହସିଲ ପ୍ରଶାସନ, ବାଙ୍କୋଇ, ପିଚୁକୁଳି ଓ ବୋଲଗଡ ରାଜସ୍ବ ନିରୀକ୍ଷକ ଦୃଷ୍ଟି ଦେଇ ଘର ଭାଙ୍ଗିଥିବା ଶିଶୁଳାବେୱା, ସରୋଜିନୀ ଦଳାଇ, ବିକ୍ରମ ପରିଡା ଓ ସୌମ୍ୟରଞ୍ଜନ ବେହେରାଙ୍କୁ ସରକାରୀ ସହାୟତା ଯୋଗାଇଦେବା ପାଇଁ ସେ ଚାରିଜଣ ନିବେଦନ କରିଛନ୍ତି ।
ରିପୋର୍ଟ -ସୁଶାନ୍ତ କୁମାର ପ୍ରଧାନ