କାର୍ତ୍ତିକ ତୃତୀୟ ସୋମବାରରେ ଭକ୍ତଙ୍କ ଭିଡ଼ ।

ବେଗୁନିଆପଡା,୦୯/୧୧(ପିପିଟି):ଧର୍ମର ମାସ କାର୍ତ୍ତିକ ହେଉଛି ଅତି ପବିତ୍ର ଓ ଶ୍ରେଷ୍ଠ ଧର୍ମର ମାସ । ଏହି ମାସଟି ଭଗବାନ ବିଷ୍ଣୁ ଓ ମହାଦେବ ଶିବ ଙ୍କ ଆରାଧନା ପାଇଁ ସମର୍ପିତ । ଏହି ମାସରେ ମହାଦେବ ଶିବଙ୍କ ପୂଜାର୍ଚନା ଏବଂ ମାହାତ୍ମ୍ୟ ବିଶେଷ ଭାବେ ଗୁରୁତ୍ୱପୂର୍ଣ୍ଣ ହୋଇଥାଏ, ଯାହା ସମସ୍ତ ଭକ୍ତଙ୍କ ପାପ ରୁ ମୁକ୍ତି ଦେଇ ପୁଣ୍ୟ ପ୍ରାପ୍ତ ହୋଇଥାନ୍ତି ବୋଲି ପୁରାଣ ବର୍ଣିତ ଅଛି ତେଣୁ ଏହି ପବିତ୍ର କାର୍ତ୍ତିକ ମାସ ମନ୍ଦିର ରେ ଭକ୍ତଙ୍କ ଗହଳି ଦେଖିବାକୁ ମିଳେ । ଏହି ମାସରେ ପ୍ରାତଃ କାଳରେ ସ୍ନାନ କରିବା ଏବଂ ସନ୍ଧ୍ୟାରେ ତୁଳସୀ ମୂଳରେ ଓ ବିଭିନ୍ନ ମନ୍ଦିର ରେ ଦୀପଦାନ କରିବାର ବିଶେଷ ରହିଛି, ସାଧାରଣତଃ ଶିବ ମନ୍ଦିର ରେ ସୋମବାର ଗୁଡିକରେ ପ୍ରବଳ ଗହଳି ପରିଲକ୍ଷିତ ହୋଇଥାଏ । ଆଜି କାର୍ତ୍ତିକ ମାସ ତୃତୀୟ ସୋମବାର ରେ କୋଦଳା ବିଜେ ବାବା ଶ୍ରୀ ଦଣ୍ଡିଶ୍ୱର ମନ୍ଦିର ଠାରେ ଭକ୍ତଙ୍କ ଭିଡ଼ ଲାଗିରହିଥିଲା । ସକାଳୁ ସକାଳୁ ମଙ୍ଗଳ ଆଳତୀ ଦର୍ଶନ ପାଇଁ ଭକ୍ତଙ୍କ ଭିଡ଼ ଆରମ୍ଭ ହୋଇଯାଇଥିବା ବେଳେ ମଧ୍ୟାନ୍ନ ଭୋଗ ପର୍ଯ୍ୟନ୍ତ ଭକ୍ତଙ୍କ ଗହଳି ବଢିଥିଲା ପୁଣି ଅପରାହ୍ନ ରେ ମହାପ୍ରଭୁଙ୍କ ବେଢା ପରିକ୍ରମା ରେ ମହିଳା ଭକ୍ତ ଙ୍କ ଲାଗିଥିବା ବେଳେ ସନ୍ଧ୍ୟା ଆଳତୀ ପର୍ଯ୍ୟନ୍ତ ବଳବତର ରହିଥିଲା । ଭକ୍ତଙ୍କ ଶାନ୍ତିଶୃଙ୍ଖଳା ଦର୍ଶନ ପାଇଁ ମନ୍ଦିର ପ୍ରଶାସନ ସହିତ କୋଦଳା ପୋଲିସ ସହଯୋଗ କରିଥିଲେ ।

ରିପୋର୍ଟ -ସୂର୍ଯ୍ୟ ନାରାୟଣ ବଡୁ

Comments (0)
Add Comment