କବିସୂର୍ଯ୍ୟନଗର,୦୫/୧୧(ପିପିଟି): ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ବ୍ଲକ ସଦାବର୍ତ୍ତ ନୂଆଗାଁର ଯୁବ ଚାଷୀ ବୁଲୁ ମଳିକଙ୍କ ମୃତ୍ୟୁ ଘଟଣାକୁ ନେଇ ପୁରା ଅଞ୍ଚଳରେ ଚାଞ୍ଚଲ୍ୟ ଖେଳି ଯାଇଛି ।
ପରିବାର ଓ ଗ୍ରାମବାସୀଙ୍କ କହିବା ଅନୁଯାୟୀ,ଋଣ ଭାର ଓ ଚାଷ କ୍ଷତି ଯୋଗୁଁ ସେ ମାନସିକ ଚାପରେ ଥିଲେ । ଚଳିତ ଅର୍ଣ୍ଣବ ବନ୍ୟାରେ କ୍ଷତି ପୂରଣ ଆବେଦନ ତାଲିକାରୁ ବଞ୍ଚିତ ଯୋଗୁ ସେ ଜୀବନ ହାରିଥିବା ଅଭିଯୋଗ କରିଛନ୍ତି ପରିବାର ଲୋକେ ।
ଖବର ପାଇ ଆଜି କବିସୂର୍ଯ୍ୟନଗର ତହସିଲଦାର ନୂଆଗାଁରେ ପହଞ୍ଚି ସମ୍ପୃକ୍ତ ଚାଷୀଙ୍କ ଫସଲ ଜମିକୁ ଯାଇ ତଦନ୍ତ କରିଛନ୍ତି ଏବଂ କ୍ଷତି ହୋଇଥିବା ନିଜେ ତହସିଲଦାର ତାଙ୍କ ପ୍ରତିକ୍ରିୟାରେ ଗଣମଧ୍ୟମକୁ କହିଛନ୍ତି ।
ଘଟଣାର ତଦନ୍ତ ପରେ ଗଞ୍ଜାମ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ତହସିଲଦାରଙ୍କ ତରଫରୁ ରେଡ଼କ୍ରସ ପାଣ୍ଠିରୁ ପରିବାରକୁ ତତ୍କାଳ ୩୦,୦୦୦ ଟଙ୍କା ସହାୟତା ପ୍ରଦାନ କରାଯାଇଛି ।
ତେବେ ଗ୍ରାମବାସୀ ମାନେ ଏହାକୁ ଯଥେଷ୍ଟ ନୁହେଁ ବୋଲି କହି ମୁଖ୍ୟମନ୍ତ୍ରୀ ରିଲିଫ୍ ପାଣ୍ଠିରୁ ପରିବାରକୁ ସହାୟତା ଯୋଗାଇ ଦେବାକୁ ଦାବି କରିବା ସହ ପରିବାରକୁ ସମସ୍ତ ସରକାରୀ ଯୋଜନାରେ ସାମିଲ କରିବାକୁ ମଧ୍ୟ ଗ୍ରାମବାସୀ ଦାବି କରିଛନ୍ତି ।