ବ୍ରହ୍ମପୁର,୧୯/୦୯(ପିପିଟି): ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ତଥା ଲେଖକ ସୀତାରାମ ଷଡ଼ଙ୍ଗୀଙ୍କ ପ୍ରଥମ ମୣତ୍ୟୁ ବାର୍ଷିକୀ ଅବସରରେ ଆଜି ସୀତାରାମ ବାସନ୍ତୀ ମେମୋରିଆଲ ଟ୍ରଷ୍ଟ ପକ୍ଷରୁ ଆସୋସିଏସନ ଅଫ ଭଲ୍ୟୁଣ୍ଟାରୀ ବ୍ଳଡ୍ ଡୋନର୍ସ ଓ ହ୍ୟୁମାନିଷ୍ଟ ରେସନାଲିଷ୍ଟ ଅର୍ଗାନାଇଜେସନ୍ ସହଯୋଗରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିଲା ।
ଆଜି ସ୍ଥାନୀୟ ଲକ୍ଷ୍ମଣ ନାୟକ କମ୍ୟୁନିଟୀ ହଲରେ ଆୟୋଜିତ ଏହି କାର୍ଯ୍ୟକ୍ରମର ଆରମ୍ଭରେ ପ୍ରୟାତ ଶିକ୍ଷକ ସୀତାରାମ ଷଡ଼ଙ୍ଗୀଙ୍କ ଫୋଟୋ ଚିତ୍ରରେ ପୁଷ୍ପାଞ୍ଜଳି ଦେଇ ରକ୍ତଦାନ ଶିବିର ଆରମ୍ଭ ହୋଇଥିଲା । ଏମକେସିଜି ମେଡିକାଲ କଲେଜ ରକ୍ତ ଭଣ୍ଡାର ପକ୍ଷରୁ ଡାକ୍ତର ପୁନମ୍ ବେହେରା, ନର୍ସିଂ ଅଫିସର ଅନୁରାଧା ମାଝି ଓ ଅନ୍ୟ ବୈଷୟିକ କର୍ମଚାରୀମାନେ ରକ୍ତ ସଂଗ୍ରହ କାମରେ ଯୋଗ ଦେଇଥିଲେ ।
ଅନ୍ୟମାନଙ୍କ ମଧ୍ୟରେ ବିଶିଷ୍ଟ ଲେଖିକା ଡଃ ବିଧୂପ୍ରଭା ରଥ, ପରିବେଶବିତ୍ ସୁଧୀର ରାଉତ, ବ୍ରହ୍ମପୁର ମହାନଗର ନିଗମର ଡେପୁଟି କମିଶନର କଲ୍ୟାଣୀ ସଂଘମିତ୍ରା ଦେବୀ, ଅଧ୍ୟାପକ ସୁଶାନ୍ତ କୁମାର ପ୍ରଧାନ, ଅଧ୍ୟାପିକା ରାଜବାଳା ତ୍ରିପାଠୀ, ମାନବବାଦୀ ହେତୁବାଦୀ ସଂଗଠନର ଜିଲ୍ଲା ସଂପାଦକ କେ ନାନ୍ଦେଶୁ ସେନାପତି, ଡି ମୋହନ ରାଓ, ଏଆଇକେଏମଏସ୍ ରାଜ୍ୟ ସମ୍ଫାଦକ ପ୍ରତାପ ନାୟକ, ସିପିଆଇଏମର ବରିଷ୍ଠ ନେତା କୈଳାସ ଷଡ଼ଙ୍ଗୀ, ଏମକେସିଜି ମେଡିକାଲ କଲେଜ ଓ ହସପିଟାଲର ବିଭିନ୍ନ ବର୍ଗର କର୍ମଚାରୀ ନେତା ଯଥା କେ ସୁନୀଲ ପାତ୍ର, ଚିତ୍ତରଞ୍ଜନ ସାହୁ, ନମିତା ନାୟକ, ଅଭିରାମ ବେହେରା ପ୍ରମୁଖ ଯୋଗ ଦେଇଥିଲେ । ଏଭିବିଡି ପକ୍ଷରୁ ସଭାପତି ଏ ସତ୍ୟନାରାୟଣ ଗୁପ୍ତା, ସମ୍ପାଦକ ଇ ଡି ପାତ୍ର, ଭେଙ୍କଟରତ୍ନମ୍ ରାଜୁ ଓ ସି ଏଚ୍ ଚିତ୍ତରଞ୍ଜନ ପ୍ରମୁଖ ସହଯୋଗ କରିଥିଲେ ।
ବାରାନିଧି ପାତ୍ର, ସନ୍ତୋଷ ନାୟକ, ନାରାୟଣ ବିଷୋୟୀ, ସନ୍ତୋଷ ବିଷୋୟୀ, ଆଶୁତୋଷ ଷଡ଼ଙ୍ଗୀ, ଅମାପ ରଞ୍ଜନ ଷଡ଼ଙ୍ଗୀ ପ୍ରମୁଖ ରକ୍ତଦାନ କରିଥିଲେ। ରକ୍ତଦାନ ଶିବିରରେ ମୋଟ ୨୫ ୟୁନିଟ ରକ୍ତ ସଂଗ୍ରହ ହୋଇଥିଲା । ପ୍ରୟାତ ଶିକ୍ଷକ ସୀତାରାମ ଷଡ଼ଙ୍ଗୀଙ୍କ ପୁଅ ଭାଲଚନ୍ଦ୍ର ଷଡ଼ଙ୍ଗୀ ଓ ପରିବାର ବର୍ଗ ଏହି କାର୍ଯ୍ୟକ୍ରମକୁ ଆୟୋଜନ କରିଥିଲେ । ଶେଷରେ ମେଡିକାଲ କଲେଜ ରକ୍ତ ଭଣ୍ଡାର ତରଫରୁ ରକ୍ତଦାତାମାନଙ୍କୁ ସାର୍ଟିଫିକେଟ ଓ ସୀତାରାମ ବାସନ୍ତୀ ମେମୋରିଆଲ ଟ୍ରଷ୍ଟକୁ ଏକ ସିଲ୍ ପ୍ରଦାନ କରାଯାଇଥିଲା ।