ମା’ ମହାଗୌରୀ,ଯେଉଁଠି ପବିତ୍ରତା ସେଠି ଶକ୍ତି, ଯେଉଁଠି ତ୍ୟାଗ ସେଠି ତେଜ।

ବୋଲଗଡ଼,୧୮/୧୦(ପିପିଟି):ନବରାତ୍ରୀର ଅଷ୍ଟମ ଦିନରେ ପୂଜା ପାଆନ୍ତି ମା’ ମହାଗୌରୀ। ଏହି ରୂପର ନାମ ଶୁଣିଲେ ମନରେ ଶାନ୍ତି ଆସେ। ମା’ ଙ୍କ ବସ୍ତ୍ର ଶ୍ୱେତ, ବାହନ ବୃଷଭ, ଚାରି ଭୁଜ, ହାତରେ ତ୍ରିଶୂଳ ଓ ଡମରୁ, ମୁଖରେ ଅପାର କରୁଣା ଓ ଶାନ୍ତି।

ଶାସ୍ତ୍ର ଅନୁସାରେ ମା’ ପାର୍ବତୀ ଭଗବାନ ଶିବଙ୍କୁ ପାଇବା ପାଇଁ କଠୋର ତପସ୍ୟା କରିଥିଲେ। ବର୍ଷା, ଖରା, ଧୂଳିରେ ତାଙ୍କ ଦେହ କଳା ପଡିଯାଇଥିଲା। ଶିବ ପ୍ରସନ୍ନ ହୋଇ ଗଙ୍ଗା ଜଳରେ ତାଙ୍କୁ ସ୍ନାନ କରାଇଲେ ଓ ସେ ବିଦ୍ୟୁତ୍ ପରି ଗୌର ବର୍ଣା ହୋଇଗଲେ। ତେଣୁ ନାମ ହେଲା ମହାଗୌରୀ ମହା ପବିତ୍ର, ମହା ଉଜ୍ଜ୍ୱଳ। ମା’ ମହାଗୌରୀ ସମସ୍ତ ପାପ, ଦୁଃଖ, ଦରିଦ୍ରତାକୁ ଧୋଇ ଦିଅନ୍ତି। ତାଙ୍କୁ ପୂଜା କଲେ ମନ ପବିତ୍ର ହୁଏ, ଅସମ୍ଭବ କାର୍ଯ୍ୟ ବି ସମ୍ଭବ ହୁଏ।

ଗୋରା ରଙ୍ଗ ନୁହେଁ, ମନର ଗ ଗୌରୀମା ହିଁ ଶ୍ରେଷ୍ଠ ଆଜି ଆମେ ଝିଅର ରୂପ, ରଙ୍ଗ, ବାହ୍ୟ ସୌନ୍ଦର୍ଯ୍ୟ ଦେଖୁଛୁ। ମା’ ମହାଗୌରୀ କହୁଛନ୍ତି ମୋର ଗୌରୀମା ସୌନ୍ଦର୍ଯ୍ୟ ରୁ ଆସିନାହିଁ, ତପସ୍ୟା ଓ ପବିତ୍ରତାରୁ ଆସିଛି। ଯେଉଁ ଝିଅର ମନ ପବିତ୍ର, ଚରିତ୍ର ନିର୍ମଳ, ସେ ହିଁ ପ୍ରକୃତରେ ସୁନ୍ଦରୀ।।ତ୍ୟାଗ ବିନା କିଛି ମିଳେନି ମା’ ପାର୍ବତୀ ବିନା କଠୋର ତପସ୍ୟାରେ ଶିବଙ୍କୁ ପାଇନଥାନ୍ତେ। ଆଜି ଆମେ ସବୁ ଜିନିଷ ସହଜରେ ପାଇବାକୁ ଚାହୁଁଛୁ। ମା’ ଶିଖାଉଛନ୍ତି ଜୀବନରେ ଯଦି ବଡ଼ ଲକ୍ଷ୍ୟ ଅଛି, ତେବେ ତ୍ୟାଗ, ଧର୍ଯ୍ୟ ଓ ସାଧନା କରିବାକୁ ପଡିବ। ଅଳସ ଓ ଫାଙ୍କିବାଜିରେ କେବେ ମହାଗୌରୀ ହୁଏନି। ନାରୀ ହେଉଛି କ୍ଷମା ଓ କରୁଣାର ମୂର୍ତ୍ତି
ମା’ କାଳରାତ୍ରୀ ଯେତେ ଭୟଙ୍କର, ମା’ ମହାଗୌରୀ ସେତେ କୋମଳ। ଏହା ପ୍ରମାଣ କରେ ଜଣେ ନାରୀ ଭିତରେ ଦୁଇଟି ଶକ୍ତି ଅଛି। ସେ ଆବଶ୍ୟକ ହେଲେ ଯୁଦ୍ଧ କରିପାରେ, ଆଉ ଆବଶ୍ୟକ ହେଲେ ସମସ୍ତଙ୍କୁ କ୍ଷମା କରି କୋଳେଇ ନେଇପାରେ। ଏହି ସନ୍ତୁଳନ ହିଁ ପ୍ରକୃତ ନାରୀ ଶକ୍ତି।

ଯେଉଁ ଘରେ ଝିଅର ମନ ପବିତ୍ର ଓ ଲକ୍ଷ୍ୟ ପାଇଁ ତପସ୍ୟା କରିବାର ଶକ୍ତି ଅଛି, ସେ ଘରେ ମା’ ମହାଗୌରୀ ସବୁବେଳେ ବାସ କରନ୍ତି। ସେ ଘରୁ କେବେ ଦୁଃଖ ପଡେନାହିଁ, ସୁଖ ସମୃଦ୍ଧି ବଢେ। ଜୟ ମା’ ମହାଗୌରୀ

ରିପୋର୍ଟ-ସୁଶାନ୍ତ କୁମାର ପ୍ରଧାନ।

Comments (0)
Add Comment