ବଲାଙ୍ଗୀର ,୨୭/୦୭:ବଲାଙ୍ଗୀର ରେଳ ଜଙ୍କସନ ପଟରୁ ଟିଟିଲାଗଡ଼ ପଟକୁ ଆସୁଥିବା ଏକ ମାଳବାହୀ ଟ୍ରେନ ଲାଇନଚ୍ୟୁତ ହୋଇଛି । ସିକେର ଏବଂ ଟିଟିଲାଗଡ଼ ରେଳ ଜଙ୍କସନ ମଧ୍ୟରେ ମାଳଗାଡି ଲାଇନଚ୍ୟୁତ ହୋଇଛି । ଏନେଇ ଏହି ରାସ୍ତାରେ ରେଳ ଚଳାଚଳ ପ୍ରଭାବିତ ହୋଇଛି । ଟିଟିଲାଗଡ଼ ଜିଆରପି ଅଧିକାରୀ ସନ୍ତୋଷୀନି ମହନ୍ତଙ୍କ ସୂଚନା ମୁତାବକ ଏକ କୋଇଲା ଗାଡିର ୧୪ ନମ୍ବର ୱାଗନ ଲାଇନ ଚ୍ୟୁତ ହୋଇଛି । ତେବେ ଏନେଇ କୌଣସି କ୍ଷୟ କ୍ଷତି ହୋଇନାହିଁ । ଅନ୍ୟ ରେଳ ଧାରଣାରେ ରେଳ ଚଳାଚଳ ସ୍ୱାଭାବିକ ରହିଛି ।