ବ୍ରହ୍ମପୁର,୨୫/୦୭(ପିପିଟି): ପ୍ରଦେଶ କଂଗ୍ରେସ କମିଟିର ଆହ୍ବାନ କ୍ରମେ ଶନିବାର ଗଞ୍ଜାମ ଜିଲ୍ଲା କଂଗ୍ରେସ କମିଟି(ପୂର୍ବ) ପକ୍ଷରୁ କଂଗ୍ରେସ କାର୍ଯ୍ୟାଳୟ ଠାରୁ ଗାନ୍ଧୀ ନଗର ସ୍ଥିତ ମହାତ୍ମାଗାନ୍ଧୀଙ୍କ ପ୍ରତିମୂର୍ତ୍ତି ସ୍ଥଳ ପର୍ଯ୍ୟନ୍ତ ମହମବତୀ ଶୋଭାଯାତ୍ରାରେ ଯାଇ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । ନିଟ୍ ପ୍ରଶ୍ନପତ୍ର ପ୍ରଘଟ ପରି ଘଟଣା ବାରମ୍ବାର ଦେଶରେ ଘଟୁଛି ଏହାର ପ୍ରତିକାର ପାଇଁ ସରକାରଙ୍କ ଅନ୍ତରିକତା ନାହିଁ । ଭୁଶୁଡ଼ିଯାଇଥିବା ଶିକ୍ଷାବ୍ୟବସ୍ଥା ସୁଧାରିବା ଦିଗରେ ସରକାରଙ୍କ ନିଷ୍ପତ୍ତି ଧର୍ମକୁ ଆଖିଠାର ଆତ୍ମହତ୍ୟା କରିଥିବା ୨୨ ଜଣ ଛାତ୍ରଛାତ୍ରୀଙ୍କ ପାଇଁ ପ୍ରଧାନମନ୍ତ୍ରୀ ମୋଦୀ କ୍ଷମା ପ୍ରାର୍ଥନା କରିନାହାଁନ୍ତି । ଯନ୍ତରମନ୍ତ୍ର ଠାରେ ଆନ୍ଦୋଳନକାରୀ ଛାତ୍ରଛାତ୍ରୀଙ୍କ ଉପରେ ପୋଲିସର ଦମନଲୀଳା ପାଇଁ ପ୍ରଧାନମନ୍ତ୍ରୀ କ୍ଷମାପ୍ରାର୍ଥନା କରିନାହାଁନ୍ତି ଛାତ୍ରଛାତ୍ରୀଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ହେବ ନାହିଁ ବୋଲି ମଧ୍ୟ ଅନୁଷ୍ଠାନିକ ଘୋଷଣା ହୋଇନାହିଁ ଓଡ଼ିଶାର ପାଠ୍ୟପୁସ୍ତକରେ ୨୨ ଶହରୁ ଅଧିକ ଭୁଲ୍ ସତ୍ତ୍ୱେ ଗଣଶିକ୍ଷାମନ୍ତ୍ରୀ ଇସ୍ତଫା ଦେଇନାହାଁନ୍ତି ପ୍ରଭୃତି ଦାବି ସମ୍ପର୍କରେ କଂଗ୍ରେସ ନେତୃବୃନ୍ଦ ପ୍ରକାଶ କରିଥିଲେ ।
ଏହି ଅବସରରେ ଅତିଶ ଦଳାଇ, ବିଷ୍ଣୁପ୍ରିୟା ନାୟକ, ଯୁବ କଂଗ୍ରେସ ସଭାପତି ତତ୍ସତ୍ ସୁବୁଦ୍ଧି, ରାଜୀବ ଖୁଣ୍ଟିଆ, ବରିଷ୍ଠ ଶ୍ରମିକ ନେତା ରବି ରଥ, ଜିଲ୍ଲା କଂଗ୍ରେସ ଉପସଭାପତି ବୃନ୍ଦାବନ ଖଟେଇ, ମିଡ଼ିଆ ସେଲର ଅଧ୍ୟକ୍ଷ ସିଦ୍ଧାନ୍ତ ସାହୁ,ପ୍ରମୁଖ ଉପସ୍ଥିତ ଥିଲେ ।