ମାଲକାନଗିରି,୦୨/୧୧(ପିପିଟି):ମାଥିଲି ବ୍ଲକ ସଦର ପଞ୍ଚାୟତ ସଭା ଗୃହରେ ଆଜି ଦୁର୍ନୀତି ନିବାରଣ ସପ୍ତାହ ପାଳିତ ହୋଇଯାଇଛି। ଆଜିର ସଚେତନତା କାର୍ଯ୍ୟକ୍ରମରେ ଦୁର୍ନୀତି ନିବାରଣ ବିଭାଗର ଅଧିକାରୀ ଓ କର୍ମଚାରୀ ଯୋଗ ଦେଇ ଉପସ୍ଥିତ ଜନସାଧାରଣଙ୍କୁ ଦୁର୍ନୀତି ନିବାରଣ ଓ ତାର ଆଇନ ବିଷୟରେ ସବିଶେଷ ସଚେତନତା କରିବାରେ ଥିଲା। ସେଥିପାଇଁ ମାଥିଲି ଅଞ୍ଚଳର ଅନେକ ସ୍ଵୟଙ୍ଗ ସହାୟକ ଗୋଷ୍ଠୀର ମହିଳାମାନେ ଓ ବହୁ ଜନସମାଗମ ହୋଇଥିଲା। ମଞ୍ଚରେ ମଧ୍ୟ ସରକାରୀ ଅଧିକାରୀ ସମେତ ବହୁ ଜନପ୍ରତିନିଧି ଉପସ୍ଥିତ ଥିଲେ । କିନ୍ତୁ କୌଣସି କାରଣରୁ ଜିଲ୍ଲା ଦୁର୍ନୀତି ନିବରଣର କର୍ମଚାରୀ ମାନେ ପହଞ୍ଚି ପାରିନଥିଲେ। ଦୀର୍ଘ ସମୟର ଅପେକ୍ଷା ପରେ ଶେଷରେ ମଞ୍ଚରେ ଉପସ୍ଥିତ ଜନପ୍ରତିନିଧି ଓ ସରକାରୀ କର୍ମଚାରୀ ମାନେ ଦୁର୍ନୀତି ନିବାରଣ ଉପରେ ଉପସ୍ଥିତ ଲୋକ ମାନଙ୍କୁ ବୁଝାଇଥିଲେ। ଲାଞ୍ଚ ନେବା ଓ ଲାଞ୍ଚ ଦେବା ଏକ ଅପରାଧ,ସେଥିପାଇଁ ଆଜିଠାରୁ ଲାଞ୍ଚ ନେବା ନାହିଁ କି ଲାଞ୍ଚ ଦେବା ନାହିଁ ବୋଲି ଉପସ୍ଥିତି ଅନ୍ୟ ଅତିତଥି ମାନେ ଜନସାଧାରଣ ମାନଙ୍କୁ ଶପଥ ପାଠ କରାଇଥିଲେ । ଜିଦି କେହି ଲାଞ୍ଚ ମାଗୁଥାଏ ତାହେଲେ ଦୁର୍ନୀତି ନିବାରଣ ବିଭାଗର ଟୋଲ ଫ୍ରି ନମ୍ବରକୁ କଲ କରି ବିଭାଗର ଉପରିସ୍ଥ ଅଧିକାରୀ ଙ୍କୁ ଜଣେଇବା ସହିତ ଦୁର୍ନୀତି ରୋକିବାରେ ସହଯୋଗ କରିବା ପାଇଁ ଏହି ଶପଥ ପାଠରେ କୁହାଯାଇଥିଲା । ଆଜିର ଏହି ସଚେତନତା କାର୍ଯ୍ୟକ୍ରମରେ ମାଥିଲି ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ଅଶୋକ ମହାରଣା, ମାଥିଲି ବ୍ଲକ ମହିଳା ଓ ଶିଶୁ ବିଭାଗର ସୁପରଭାଇଜର ବିଜୟା ନିର୍ମଳା ଦାସ, ମାଥିଲି ସରପଞ୍ଚ କାନାମରାଜୁ ନାୟକ, ଜିଲ୍ଲା ପରିଷଦ ସଭ୍ୟା ସସ୍ମିତା ମାଝୀ ଓ ଜିଲ୍ଲା ବିଜେଡି ମହିଳା ସଭାନେତ୍ରୀ ତଥା ଜିଲ୍ଲା ପରିଷଦ ସଭ୍ୟା ଲକ୍ଷ୍ମୀପ୍ରିୟା ନାୟକଙ୍କ ସମେତ ବହୁ ଜନସାଧାରଣ ଯୋଗ ଦେଇଥିବା ଦେଖିବାକୁ ମିଳିଥିଲା। ତେବେ ଏଭଳି କାର୍ଯ୍ୟକ୍ରମରେ ଦୁର୍ନୀତି ନିବାରଣ ଅଧିକାରୀ ଓ କର୍ମଚାରୀ ମାନେ ଅନୁପସ୍ଥିତ ଥିବାରୁ ଉପସ୍ଥିତ ଜନ ସାଧାରଣ ଓ ବୁଦ୍ଧିଜୀବୀଙ୍କ ମଧ୍ୟରେ ଅସନ୍ତୋଷ ଭାବ ଦେଖା ଦେଇଥିଲା ।
(ରିପୋର୍ଟ:ବରିଷ୍ଠ ସମ୍ବାଦିକ କେଶବ ଚନ୍ଦ୍ର ନାୟକ, ମାଲକାନଗିରି)