ମାଣିତରା ଆୟୁଷ୍ମାନ ଆରୋଗ୍ୟ ମନ୍ଦିରରେ ରକ୍ତଦାନ ଶିବିର।

ପୋଲସରା,୨୧/୦୪ (ପିପିଟି): ଭଞ୍ଜନଗର ଉପଖଣ୍ଡ ହସପିଟାଲ ସୁପରିଟେଣ୍ଡେଟଙ୍କ ନିର୍ଦ୍ଦେଶ କ୍ରମେ ଭଞ୍ଜନଗର ରକ୍ତ ଭଣ୍ଡାର କର୍ମଚାରୀ ବୃନ୍ଦ କରୁଣା ଟ୍ରଷ୍ଟ ପରିଚାଳିତ ମାଣିତରା ଆୟୁଷ୍ମାନ ଆରୋଗ୍ୟ ମନ୍ଦିର ପରିସରରେ ଅନୁଷ୍ଠିତ ସ୍ବେଚ୍ଛାକୃତ ରକ୍ତଦାନ ଶିବିରରେ ୧୭ ୟୁନିଟ ରକ୍ତ ସଂଗ୍ରହ କରିଥିଲେ। ମାଣିତରା ସ୍ୱାସ୍ଥ୍ୟ କେନ୍ଦ୍ରର ମେଡ଼ିକାଲ ଅଫିସର ଡାକ୍ତର ପ୍ରଣୟିନୀ ସାହୁ ଏହି ରକ୍ତଦାନ ଶିବିରକୁ ଉଦଘାଟନ କରିଥିଲେ। ଆୟୁଷ ମେଡ଼ିକାଲ ଅଫିସର ଡାକ୍ତର ଦୁର୍ଗା ପ୍ରସାଦ ବିଶ୍ୱାଳ, ଫାର୍ମାସିଷ୍ଟ ସରୋଜ କୁମାର ପଟ୍ଟନାୟକ, ଟେକିନସିଆନ କାଳୀ ପ୍ରସାଦ ସାହୁ, ନର୍ସିଂ ଅଫିସର ଗଙ୍ଗା ସାହାଣୀ, ଏଏନଏମ କୃଷ୍ଣ ପ୍ରିୟା ପଣ୍ଡା ଓ ଏସଏସପିସି ଚିତ୍ତରଞ୍ଜନ ପ୍ରଧାନ ପ୍ରମୁଖଙ୍କ ମିଳିତ ତତ୍ତ୍ୱାବଧାନରେ ଏହି ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିଲା। ଯୋଗେନ୍ଦ୍ର ଚୌଧୁରୀ, ପି.ବାବୁ ପାତ୍ର, ପ୍ରଶାନ୍ତ ନାୟକ, ଚିନ୍ତାମଣି ବେହେରା, ନାରାୟଣ ବେହେରା, ସୁଶାନ୍ତ କୁମାର ମାଝୀ, ଲାଲୁ ମୋହନ ବିଶ୍ୱାଳ, ସତ୍ୟ ନାରାୟଣ ଗୌଡ଼, ବିଭୂତି ପ୍ରସାଦ ପାତ୍ର, କାଳୁ ଚରଣ ସେଠୀ, ନେତ୍ର ରାଉତ, ଅଭିଳାଷ ମହାରଣା, ସୁନୀଲ ପ୍ରଧାନ, ବସନ୍ତ ରାଉତ, ଗିରିଜା ନନ୍ଦନ ପ୍ରଧାନ, କାଳୀ ପ୍ରସାଦ ସାହୁ ଓ ଶ୍ଵେତ ବେହେରା ପ୍ରମୁଖ ସ୍ବେଚ୍ଛାକୃତ ଭାବେ ରକ୍ତଦାନ କରିଥିଲେ।

ରିପୋର୍ଟ୍: ସନ୍ତୋଷ କୁମାର ପଣ୍ଡା

Comments (0)
Add Comment