ମଦ ଦୋକାନ ବନ୍ଦ ଦାବିରେ ରାସ୍ତାରୋକ ।

ଟିଟିଲାଗଡ଼,୦୬/୦୭:ଟିଟିଲାଗଡ଼ ସହରର ହାଇସ୍କୁଲ ପଡା ଠାରେ ଏକ ନୁଆଁ ବିଦେଶୀ ମଦ ଦୋକାନ ଖୋଲିବାକୁ ପ୍ରଶାସନର ନିଷ୍ପତ୍ତିକୁ ସ୍ଥାନୀୟ ଶତାଧିକ ଲୋକେ ବିରୋଧ ସହ ଆଜି ସକାଳୁ ସହର ମଧ୍ୟରେ ଜାତୀୟ ରାଜପଥ ୫୯ କୁ ଅବରୋଧ କରିଛନ୍ତି । ସୂଚନା ଯେ ସ୍କୁଲ, ମନ୍ଦିର ଏବଂ ଲୋକଙ୍କ ଘର ପାଖରେ ମଦ ଦୋକାନ ନ ଖୋଲିବାକୁ ପୁର୍ବରୁ ସ୍ଥାନୀୟ ଲୋକେ ପ୍ରଶାସନ ନିକଟରେ ଫେରାଦ ହୋଇଥିଲେ । ସୂଚନା ଯେ ଦୁଇ ଦିନ ତଳେ ରାତି ଅଧରେ ବ୍ୟାପକ ପୁଲିସ ସୁରକ୍ଷା ମଧ୍ୟରେ ଏଠାକୁ ଆଣି ମଦ ରଖାଯାଇଥିଲା । ଗତକାଲି ଠାରୁ ମଦ ଦୋକାନ ଖୋଲିବା ନେଇ ସହରବାସୀଙ୍କ ମଧ୍ୟରେ ଉତ୍ତେଜନା ପ୍ରବଳ ହୋଇଛି । ରିପୋର୍ଟ ଲେଖାଯିବା ସୁଦ୍ଧା ପ୍ରଶାସନର ଦେଖା ନଥିବା ଶତାଧିକ ଯାନବାହାନ ରାସ୍ତାର ଉଭୟ କଡରେ ଛିଡା ହୋଇଛି ।

Comments (0)
Add Comment