ବେରୁଆବାଡ଼ି ରେ ନିଆଁ ଲାଗି ୪ ପରିବାରର ୧୦ ବଖରା ଭସ୍ମୀଭୂତ ।

ଭଞ୍ଜନଗର,୦୩/୦୮(ପିପିଟି) : ଗଂଜାମ ଜିଲ୍ଲା ଭଞ୍ଜନଗର ବ୍ଳକ ଅଧୀନ ତୁରୁମ ପଞ୍ଚାୟତର ବେରୁଆବାଡ଼ି ଗ୍ରାମରେ ଆଜି ରାତିରେ ଅଗ୍ନିକାଣ୍ଡ ଘଟି ୪ ପରିବାରର ପ୍ରାୟ ୧୦ ବଖରା ଘର ଜଳ ପୋଡି ପାଉଁଶ ହୋଇଯାଇଛି। ଗ୍ରାମର ସନ୍ତୋଷ ଗୌଡ଼,ସୁଶାନ୍ତ ଗୌଡ଼,ପଞ୍ଚୁ ଗୌଡ଼ ଓ ଚରଣ ଗୌଡ଼ଙ୍କ ଘର ଜଳି ଯାଇଥିବା ଜଣାପଡିଛି। ଅଗ୍ନିକାଣ୍ଡର ପ୍ରକୃତ କାରଣ ଜଣାପଡିନଥିବା ବେଳେ ରୋଷେଇ ଘରର ଚୂଲି ନିଆଁ ରୁ ଏଭଳି କାଣ୍ଡ ଘଟି ଥିବା ଅନୁମାନ କରାଯାଉଛି। ଅଗ୍ନିକାଣ୍ଡ ରେ ଘରର ସମସ୍ତ ଆସବାବପତ୍ର ସହ ବହୁ ମୂଲ୍ୟବାନ ଜିନିଷ ଜଳି ପୋଡି ନଷ୍ଟ ହୋଇ ଯାଇଥିବା ଜଣାପଡିଛି। ଖବର ପାଇ ଭଞ୍ଜନଗର ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ନିଆଁ କୁ ଆୟତ୍ତ କରିବାକୁ ପ୍ରୟାସ ଜାରି ରଖିଛନ୍ତି। ଉକ୍ତ ପରିବାର ଗରିବ ଶ୍ରେଣୀର ହୋଇଥିବାରୁ ସରକାରୀ ସହାୟତା ପ୍ରଦାନ କରିବା ସହ ଉପଯୁକ୍ତ ଥାଇଥାନ କରିବା ପାଇଁ ସ୍ଥାନୀୟ ଲୋକେ ନିବେଦନ କରିଛନ୍ତି ।
(ରିପୋର୍ଟ- ଜୟକୃଷ୍ଣ ପଟ୍ଟନାୟକ। )

Comments (0)
Add Comment