ବେଗୁନିଆପଡା ବ୍ଲକରେ ‘ଉଲ୍ଲାସ’ ପରୀକ୍ଷାରେ ୯୯୭୯ ପରୀକ୍ଷାର୍ଥୀ ପରୀକ୍ଷା ଦେଲେ।

ବେଗୁନିଆପଡା,୨୦/୦୯(ପିପିଟି ):ଶିକ୍ଷାରୁ ବଞ୍ଚିତ ବୟସ୍କମାନଙ୍କୁ ଆଜୀବନ ଶିକ୍ଷାର ସୁଯୋଗ ଦେବା ଉଧ୍ୟେଶରେ ସମସ୍ତ ଗ୍ରାମରେ ଚାଲିଥିବା ଉଲ୍ଲାସ କାର୍ଯ୍ୟକ୍ରମକୁ ରୂପାୟନ କରିବା ପାଇଁ ନିଆଯାଇଥିବା ପଦକ୍ଷେପକୁ ସାକାର କରିବା ପାଇଁ ଆଜି ବେଗୁନିଆପଡା ବ୍ଲକରେ ୧୨ ଟି କ୍ଲଷ୍ଟରର ୧୨୫ ଟି କେନ୍ଦ୍ରରେ ୯୯୭୯ ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିଲେ। ଏମାନଙ୍କ ମଧ୍ୟରୁ ୪୫୫୭ ଜଣ ପୁରୁଷ ପରୀକ୍ଷାର୍ଥୀ ହୋଇଥିବା ବେଳେ ୫୪୨୨ ଜଣ ମହିଳା ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିଲେ। ବେଗୁନିଆପଡା ବି ଇ ଓ ରୁଦ୍ର ନାରାୟଣ ସାହୁଙ୍କ ତତ୍ୱାବଧାନରେ ଏହି ପରୀକ୍ଷା ହୋଇଥିବା ବେଳେ ସମସ୍ତେ ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ଏହାକୁ ପରିଦର୍ଶନ କରିଥିଲେ। ବିଭିନ୍ନ ବିଦ୍ୟାଳୟରେ ପ୍ରଧାନ ଶିକ୍ଷକ ଓ ସହକାରୀ ଶିକ୍ଷକ ଆଜି ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଏ ବି ଇ ଓ ଜ୍ୟୋତିର୍ମୟୀ ନନ୍ଦ ଓ ରବୀନ୍ଦ୍ର ନାଥ ଶବରଙ୍କ ସମେତ ୧୮ ଜଣ ଅଧିକାରୀ କାର୍ଯ୍ୟକ୍ରମକୁ ତଦାରଖ କରିଥିଲେ।

ରିପୋର୍ଟ -ସୂର୍ଯ୍ୟ ନାରାୟଣ ବଡୁ

Comments (0)
Add Comment