ବିଭିନ୍ନ ପ୍ରସଙ୍ଗରେ କଂଗ୍ରେସର ୧୨ ଘଣ୍ଟିଆ ଓଡ଼ିଶା ବନ୍ଦ ଡାକରା ।

ଭୁବନେଶ୍ୱର, ୨୯/୦୯(ପିପିଟି): ବିଭିନ୍ନ ପ୍ରସଙ୍ଗକୁ ନେଇ ଓଡ଼ିଶା କଂଗ୍ରେସ ଆସନ୍ତା ଅକ୍ଟୋବର ୮ରେ ୧୨ ଘଣ୍ଟିଆ ରାଜ୍ୟବ୍ୟାପୀ ବନ୍ଦ ଡାକରା ଦେଇଛି। ମଙ୍ଗଳବାର ଭୁବନେଶ୍ୱରରେ ଆୟୋଜିତ ପ୍ରତିବାଦ ସଭାରେ ପିସିସି ସଭାପତି ଭକ୍ତ ଚରଣ ଦାସ ଏହି ଘୋଷଣା କରିଥିବା ଦଳ ପକ୍ଷରୁ କୁହାଯାଇଛି। ସଂଶୋଧିତ MMDR ଆଇନ, ପାଠ୍ୟପୁସ୍ତକରେ ତ୍ରୁଟି ଏବଂ ନିର୍ବାଚନ କମିଶନ ସମ୍ପର୍କିତ ଦାବିକୁ ନେଇ ଦଳ ଏହି ଆନ୍ଦୋଳନ ଡାକରା ଦେଇଛି। ଶ୍ରୀ ଦାସ ଦଳୀୟ ନେତା ଓ କର୍ମୀମାନଙ୍କୁ ବନ୍ଦକୁ ସଫଳ କରିବା ପାଇଁ ରାଜ୍ୟର ବିଭିନ୍ନ ସ୍ତରରେ ପ୍ରସ୍ତୁତି ନେବାକୁ ଆହ୍ୱାନ ଦେଇଥିବା ବେଳେ ସାଧାରଣ ଲୋକଙ୍କ ସହଯୋଗ ମଧ୍ୟ ଲୋଡ଼ିଛି କଂଗ୍ରେସ।

Comments (0)
Add Comment