ବଦଳିଲେ ଯାଜପୁର ଅବକାରୀ ଅଧିକ୍ଷକ।

ଯାଜପୁର, ୨୧/୦୪(ପିପିଟି):ଯାଜପୁର ଜିଲ୍ଲାର ଅବକାରୀ ଅଧିକ୍ଷକ ଭାବେ ଗତ ବର୍ଷ ଫେବୃଆରୀ ମାସରେ ଯୋଗ ଦେଇଥିଲେ ଶ୍ରୀଯୁକ୍ତ ଦିବ୍ୟ କିଶୋର ତଣ୍ଡେଇ । ଯୋଗଦେବା ପରଠାରୁ ଜିଲ୍ଲାରେ ଅବକାରୀ ସଂକ୍ରାନ୍ତୀୟ ଦୃନୀତି ଦୃତ ଗତିରେ ବଢ଼ିବାରେ ଲାଗିଥିଲା। ଯାହାକୁ ନେଇ ସାମାଜିକ କର୍ମୀ ସବ୍ୟସାଚୀ ସାହୁ ବିଭିନ୍ନ ସରକାରୀ ଦପ୍ତରରେ ନିୟମିତ ଓ ନିରନ୍ତର ଅଭିଯୋଗ କରିଥିଲେ।
ଗତ କାଲି ରାଜ୍ୟ ଅବାକାରୀ ବିଭାଗ ପକ୍ଷରୁ ଚିଠି ନମ୍ବର୍ ୨୦୮୯ ରେ ଯାଜପୁର ଅବାକାରୀ ଅଧିକ୍ଷକ ଦିବ୍ୟ କିଶୋର ତଣ୍ଡେଲଙ୍କୁ ଓଡିଶା ରାଜ୍ୟ ପାନୀୟ ନିଗମ ଲିମିଟେଡ୍ ସମ୍ବଲପୁରକୁ ଅନ୍ୟତ୍ର ବଦଳି କରାଯାଇଛି। ଏବଂ ସେହିଠାରେ ଥିବା ବ୍ରାଞ୍ଚ ମ୍ୟାନେଜର ଅଜୟ କୁମାର ବେହେରାଙ୍କୁ ଯାଜପୁର ଅବାକାରୀ ଅଧିକ୍ଷକ ଭାବେ ସ୍ଥାନାନ୍ତର କରାଯାଇଥିବା ଚିଠିରେ ଉଲ୍ଲେଖ ଅଛି। ନୂତନ ଅଧିକ୍ଷକ ଭାବେ ଦାଇତ୍ୱ ନେବା ପରେ ଜିଲ୍ଲାରେ ଅବାକାରୀ ସ୍ଥିତିରେ ନିଶ୍ଚୟ ସୁଧାର ଆସିବ ବୋଲି ବୁଦ୍ଧିଜୀବୀଙ୍କ ମହଲରେ ଚର୍ଚ୍ଚା ହେଉଛି।

Comments (0)
Add Comment