କୋଦଳା ,୧୨/୧୧(ପିପିଟି): ଆଜି ଦିନ ୧୧ ଘଟିକା ସମୟରେ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ଦ୍ୱାରା ଆୟୋଜିତ ଷ୍ଟାର୍ଟଅପ ପ୍ରତିଯୋଗିତାର ପୁରସ୍କାର ବିତରଣ ଉତ୍ସବରେ ଶ୍ରେଷ୍ଠ ୭ ଜଣ ପ୍ରତିଯୋଗୀ ମଧ୍ୟରେ କୋଦଳା, ଲଷ୍ମୀନାରାୟଣ ସ୍ନାତକ ମହାବିଦ୍ୟାଳୟର ରସାୟନ ବିଜ୍ଞାନ ବିଭାଗର ଶେଷ ବର୍ଷ ଛାତ୍ର ଶ୍ରୀମାନ ରୋଶନ କୁମାର ଗୌଡ଼ କୃତି ପ୍ରତିଯୋଗୀ ଭାବରେ ପୁରସ୍କୃତ ହୋଇ ପ୍ରମାଣ ପତ୍ର ସହ ୧ ଲକ୍ଷ୍ ଟଙ୍କାର ଅର୍ଥରାଶି ପାଇଛନ୍ତି । ଏ ଖବର ଶୁଣି ମହାବିଦ୍ୟାଳୟ ର ଅଧ୍ୟକ୍ଷ, ସମସ୍ତ କର୍ମଚାରୀ ଓ ଛାତ୍ରଛାତ୍ରୀ ଙ୍କ ମହଲରେ ଖୁସିର ବାତାବରଣ ଖେଳିଯାଇଛି ।