ଫଳକରେ ସାଂସଦଙ୍କ ନାମ ନଥିବାରୁ ଦଳୀୟ କର୍ମୀ ଭାଙ୍ଗିଲେ ଫଳକ ।

କୋଦଳା,୨୬/୦୫(ପିପିଟି):କବିସୂର୍ଯ୍ୟନଗର ନିର୍ବାଚନ ମଣ୍ଡଳୀରେ ବିଜେପିରେ ଗୋଷ୍ଠୀ କନ୍ଦଳ ଉଗ୍ର ରୂପ ନେଇଛି। ବିଧାୟକଙ୍କ ମନମୁଖୀ କାର୍ଯ୍ୟକୁ ବିରୋଧ କରି ଖୋଦ୍ ଦଳୀୟ କର୍ମୀ ଶିଳାନ୍ୟାସ ଫଳକକୁ ଭାଙ୍ଗି ଚୂରମାର କରିଛନ୍ତି । ସାଂସଦଙ୍କ ନାଁ ନଥିବାରୁ ଏହି ଉତ୍ତେଜନା ପ୍ରକାଶ ପାଇଥିବା ଜଣାପଡିଛି । ଆଜି ସକାଳେ ଭୁତସରସିଂ ଏବଂ ଟଙ୍କଛାଇରେ ଦୁଇ ଦୁଇଟି ଭିତ୍ତି ପ୍ରସ୍ତର ଫଳକ ଭାଙ୍ଗିବା ପରେ ଅପରାହ୍ନରେ କୋଦଳା ସ୍ୱାସ୍ଥ୍ୟ କେନ୍ଦ୍ର ପରିସରରେ ଶିଳାନ୍ୟାସ ହେବାକୁ ଥିବା ଫଳକକୁ ସାଂସଦ ସମର୍ଥକ ଭାଙ୍ଗିଦେଇଥିବା ବେଳେ ବର୍ତ୍ତମାନ କୋଦଳା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଉତ୍ତେଜନା ପୂର୍ଣ୍ଣ ପରିସ୍ଥିତି ସୃଷ୍ଟି ହୋଇଛି ମେଡିକାଲ ପରିସରରେ କୋଦଳା ପୋଲିସ ମୁତୟନ ରହିଛି ।

ଏହି ଫଳକରେ ବିଧାୟକ ପ୍ରତାପ ନାୟକଙ୍କ ନାମ ରହିଥିବା ବେଳେ ସାଂସଦଙ୍କ ନାମ ନଥିବା ନେଇ ସାଂସଦ ସମର୍ଥକ ପ୍ରତିବାଦ କରିବା ସହିତ ଫଳକକୁ ଭାଙ୍ଗିଦେଇଥିବା ଦେଖୁବାକୁ ମିଳିଛି । ଅନ୍ୟପଟେ କବିସୂର୍ଯ୍ୟନଗର ବିଧାୟକ କହିଛନ୍ତି ଏମାନ ବିକାଶ ସହିପାରୁନାହାନ୍ତି, ଏମାନେ ଦଳୀୟ କର୍ମୀ ନୁହଁନ୍ତି, ଏମାନଙ୍କୁ ଲୋକେ ଉଚିତ ଜବାବ ଦେବେ,ଯେଉଁମାନେ ଫଳକ ଭାଙ୍ଗୁଛନ୍ତି ସେମାନେ ନକ୍ସଲ ବୋଲି ଆକ୍ଷା ଦେଇଛନ୍ତି ସେମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ଦାବୀ କରିବି ।

ସଂଜୀବ କୁମାର ସାହୁ,ଆସିକା ସାଂସଦ ପ୍ରତିନିଧି, ମତ ପ୍ରକାଶ କରିଛନ୍ତି ସରକାରଙ୍କ ଯୋଜନାକୁ ହଇଜାକ କରି ସାଂସଦଙ୍କ ନାମ ନଥିବାରୁ ଏହି ପରିସ୍ଥିତି ଓ ଆକ୍ରୋଶ, ବିଧାୟକଙ୍କ ଏହି ପଦକ୍ଷପକୁ ଆଗାମୀ ଦିନରେ ଦୃଢ଼ ପ୍ରତିବାଦ କରାଯିବ, ତାଙ୍କର ବିବେକ ଓ ମଣିଷତ୍ୱ ନଥିବାରୁ ଦଳୀୟ କର୍ମୀଙ୍କୁ ସେ ନକ୍ସଲ ଆକ୍ଷା ଦେଉଛନ୍ତି, ଆଜି ଆମେ ଚାଲେଞ୍ଜ ଦେଉଛୁ ଆଜି ସେ ଇସ୍ତଫା ଦେଇ ପ୍ରତିଦ୍ବନ୍ଦିତା କରନ୍ତୁ ଦେଖିବେ ।

ଆଲୋକ କୁମାର ଶତପଥି, ଆସିକା ସାଂସଦ ପ୍ରତିନିଧି,ବେଗୁନିଆପଡା ସେ କହିଛନ୍ତି ଯେ,କୋଦଳା ମେଡିକାଲ ପରିସର ରେ ହେବାକୁ ଥିବା ବିଲଡିଂ ନିମନ୍ତେ ମରାଯାଇଥିବା ଫଳକରେ ସାଂସଦଙ୍କ ନାମ ନଥିବା ନେଇ ଚାରିଆଡେ ଚର୍ଚ୍ଚା ଜୋର ଧରିଛି । ବିଜେପି ହେଉଛି ଶୃଙ୍ଖଳିତ ଦଳ,କିଛି କୁଚକ୍ରୀ ଗୋଷ୍ଠୀ ଏମିତି କରିଛନ୍ତି, ଫଳକରେ ଉଭୟ ସାଂସଦ ଏବଂ ବିଧାୟକଙ୍କ ନାମ ରହିବ ବୋଲି ବିଭାଗୀୟ ଯନ୍ତ୍ରୀ କହିଥିବା ବେଳେ କାହିଁକି ସାଂସଦଙ୍କ ନାମ ରହିଲା ନାହିଁ ତାର ଉଚ୍ଚ ସ୍ଥରୀୟ ତଦନ୍ତ ଆବଶ୍ୟକ ବୋଲି ଦାବୀ କରୁଛି ।

ନାରାୟଣ ସୁମନ୍ତରାୟ,ବିଜେପି ମଣ୍ଡଳ ପ୍ରଭାରୀ କହିଛନ୍ତି ଯେ, ଦୁଖଦଃ ଘଟଣା ଏଠାରେ ଭୋଟର କାହାରି ବ୍ୟକ୍ତିତ୍ବକୁ ଦେଖି ଭୋଟ ଦେଇନଥିଲେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଦେଖି ଭୋଟ ଦେଇ ଏମାନଙ୍କୁ ଜିତାଇଥିଲେ, ଆଜି ପ୍ରଶ୍ନ ଉଠୁଛି କାହା ଇଙ୍ଗିତରେ ଫଳକରେ ତୃତୀୟ ବ୍ୟକ୍ତିଙ୍କ ନାମ ରହୁଥିବା ବେଳେ ଆସ୍କା ସାଂସଦଙ୍କ ନାମକୁ ବାଦ ଦିଆଯାଉଛି । ଏହା ତଦନ୍ତ ସାପେକ୍ଷ, ଯିଏ ସାଂସଦଙ୍କୁ ବର୍ତ୍ତମାନ ବିରୋଧ କରି ଏପରି କରିଛନ୍ତି ସେ ନିର୍ବାଚନ ସମୟରେ ବିଜେପି ସାଂସଦଙ୍କୁ ବିରୋଧ କରିଥିଲେ ।

(ରିପୋର୍ଟ- ସୂର୍ଯ୍ୟନାରାୟଣ ବଡୁ)

Comments (0)
Add Comment