ପୋଲସରା,୨୭/୦୯(ପିପିଟି): ରାଜଶ୍ରୀ ବଳାସି ସମାଜ କେନ୍ଦ୍ର ପରିଚାଳନା ପରିଷଦ, ପୋଲସରା ମଣ୍ଡଳ ପରିଷଦ, ଗ୍ରାମ ପରିଷଦ ଓ ମଣ୍ଡଳାଧିନ ଗ୍ରାମ ପରିଷଦର ସଭ୍ୟମାନଙ୍କୁ ନେଇ ଏକ ତ୍ରିସ୍ତରୀୟ ସଭା ହୋଇଯାଇଛି। ପୋଲସରା ମେଡିକାଲ ଛକ ସ୍ଥିତ ସମାଜର ଭାଗବତ ଟୁଙ୍ଗି ଠାରେ କେନ୍ଦ୍ରୀୟ ସଭାପତି ଚନ୍ଦ୍ର ଶେଖର ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିଲା। ଏଥିରେ ସମ୍ପାଦକ ଭଗବାନ ପ୍ରଧାନ, ଯୁଗ୍ମ ସମ୍ପାଦକ କାଳୁଚରଣ ସାହୁ, ସହ ସମ୍ପାଦକ ରାଧାମାଧବ ପ୍ରଧାନ ଓ ରାମଚନ୍ଦ୍ର ପ୍ରଧାନ, କୋଷାଧ୍ୟକ୍ଷ ସୁରେନ୍ଦ୍ର କୁମାର ସାହୁ ପ୍ରମୁଖଙ୍କ ସମେତ ଦୀନବନ୍ଧୁ ସାହୁ, ରତ୍ନାକର ସାହୁ, ଡ. ସୁଶାନ୍ତ କୁମାର ସାହୁ, ସତ୍ୟବାଦୀ ସାହୁଙ୍କ ସମେତ ଅନେକ କର୍ମକର୍ତ୍ତାବୃନ୍ଦ ଯୋଗଦେଇଥିଲେ। ଏହି ଅବସରରେ ସମାଜର କଲ୍ୟାଣାର୍ଥେ ଏବଂ ସମାଜର ବିଭିନ୍ନ ସ°ଗଠନକୁ ନେଇ ବିସ୍ତାରପୂର୍ବକ ଆଲୋଚନା ହୋଇଥିଲା। ପ୍ରାରମ୍ଭରେ ପରିସର ସ୍ଥିତ କୁଳ ଇଷ୍ଠ ପ୍ରଭୂ ଜଗନ୍ନାଥଙ୍କ ନିକଟରେ ପ୍ରଦୀପ ପ୍ରଜ୍ୱଳନ ପୂର୍ବକ ଭଜନ, ଜଣାଣ ସହିତ ଭୋଗ ଲାଗି କରାଯାଇଥିଲା। ଶେଷରେ କେନ୍ଦ୍ର ସଭ୍ୟ ତ୍ରିନାଥ ବେହେରୁକ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।
ରିପୋର୍ଟ: ସନ୍ତୋଷ କୁମାର ପଣ୍ଡା