ପ୍ଲଟ ବ୍ୟବସାୟୀ ହତ୍ୟା ଘଟଣାରେ ପୁତୁରା, ଝିଆରୀ ସମେତ ୯ ଗିରଫ ।

ବ୍ରହ୍ମପୁର,୨୩/୦୪: ଗଞ୍ଜାମ ଜିଲାର ପ୍ଲଟ ବ୍ୟବସାୟୀ ସୁଧୀର ପାତ୍ର ହତ୍ୟା ଘଟଣାରେ ୯ ଜଣଙ୍କୁ ଗିରଫ କରାଯାଇଛି। ଗିରଫଙ୍କ ମଧ୍ୟରେ ସୁଧିରଙ୍କ ନିଜ ସୁଧୀରଙ୍କ ପୁତୁରା ଓ ଝିଆରୀ ରହିଛନ୍ତି । ଅଭିଯୁକ୍ତମାନେ ହେଲେ ସତ୍ୟନାରାୟଣପୁର ଗ୍ରାମର ତୁଷାର କୁମାର ପାତ୍ର, ତାଙ୍କ ଭଉଣୀ ନିବେଦିତା ପାତ୍ର, ନିବେଦିତା ପୁରୁଷ ବନ୍ଧୁ ଗାଙ୍ଗପୁର ଥାନା କାଳିଆଗୁଡ଼ ଅଞ୍ଚଳର କାଳୁ ଚରଣ ପ୍ରଧାନ, ଆଶିଷ ମହାପାତ୍ର, ଗୋଳାବନ୍ଧର ନାରାୟଣ ପ୍ରଧାନ, ହିଞ୍ଜିଳି ଥାନା ଅଞ୍ଚଳର ଶୁଭମ ନାୟକ, ଶୁଭମ ଗୌଡ଼, ସୂର୍ଯ୍ୟ ପ୍ରତାପ ସିଂ ଓ ଜିତୁନ୍ ପଳେଇ । ଏହି ମାମଲାରେ ଏକାଧିକ ଅଭିଯୁକ୍ତ ଫେରାର ରହିଥିବା ଦକ୍ଷିଣାଞ୍ଚଳ ଆଇଜି ନୀତି ଶେଖର କହିଛନ୍ତି।

Comments (0)
Add Comment