ପୋଲସରା ବିଜ୍ଞାନ ମହାବିଦ୍ୟାଳୟ ଷ୍ଟୁଡେଣ୍ଟ ୟୁନିୟନ ୨୦୨୬-୨୭ ଫଳାଫଳ ଘୋଷଣା।

ପୋଲସରା ,୧୫/୧୦(ପିପିଟି) : ଆଜି ରାଜ୍ୟରେ ବିଭିନ୍ନ ବିଶ୍ୱ ବିଦ୍ୟାଳୟ ଏବଂ ମହାବିଦ୍ୟାଳୟ ଗୁଡ଼ିକରେ ୨୦୨୬-୨୭ ଶିକ୍ଷାବର୍ଷ ସକାଶେ ଅଧ୍ୟୟନରତ ଛାତ୍ର ସଂଘ ନିର୍ବାଚନ ହୋଇଯାଇଥିବା ବେଳେ ଗଞ୍ଜାମ ଜିଲ୍ଲା ପୋଲସରା ବିଜ୍ଞାନ ମହାବିଦ୍ୟାଳୟରେ ଛାତ୍ର ସଂଘ ନିର୍ବାଚନ ଶାନ୍ତି ଶୃଙ୍ଖଳା ଭାବେ ଅନୁଷ୍ଠିତ ହୋଇଯାଇଛି। ଆଜି ଫଳାଫଳ ଘୋଷଣା କରାଯାଇଥିଲା। ସଭାପତି ଭାବେ କଳା ତୃତୀୟ ବର୍ଷ ଛାତ୍ର ସତ୍ୟ ନାରାୟଣ ନାୟକ ନିର୍ବାଚନରେ ଅପ୍ରତିଦ୍ଵନ୍ଦି ଭାବେ ନିର୍ବାଚିତ ହୋଇଥିବା ବେଳେ ସାଧାରଣ ସଂପାଦକ ପଦରେ କଳା ତୃତୀୟ ବର୍ଷ ଛାତ୍ରଙ୍କ ଶୁଭମ ମହାରଣାଙ୍କ ସମେତ ଅନ୍ୟ ୧୧ ଜଣ ଛାତ୍ରଛାତ୍ରୀ ବିଭିନ୍ନ ବିଭାଗ ପଦ ପଦବୀରେ ନିର୍ବାଚିତ ହୋଇଛନ୍ତି। ନିର୍ବାଚନ ଅଧିକାରୀ ଭାବେ ଅର୍ଥନୀତି ବିଭାଗ ବରିଷ୍ଠ ଅଧ୍ୟାପକ ଡକ୍ଟର ମନୋଜ କୁମାର ସାହୁ ପରିଚାଳନା କରିଥିବା ବେଳେ ବାକି ୧୧ ଜଣିଆ କମିଟି ସଦସ୍ୟ ଟିମ୍ ତାଙ୍କୁ ସହଯୋଗ କରିଥିଲେ। ସ୍ଥାନୀୟ ପୋଲିସ ବିଭାଗ ପକ୍ଷରୁ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା। ବିଜୟୀ ପାର୍ଥୀମାନଙ୍କୁ କଲେଜର ପ୍ରିନ୍ସିପାଲ ଏବଂ ଅନ୍ୟ ସମସ୍ତ ଅଧ୍ୟାପକ, ଅଧ୍ୟାପିକା, ଷ୍ଟାଫ୍,କର୍ମଚାରୀ ଅଭିନନ୍ଦନ ଜଣାଇବା ସହ ପୋଲସରା ବିଧାୟକ ତଥା ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ଏବଂ ପୂର୍ବତନ ବିଧାୟକ ତଥା ମନ୍ତ୍ରୀ ଶ୍ରୀକାନ୍ତ ସାହୁ ଅଭିନନ୍ଦନ ଜଣାଇଛନ୍ତି।

ରିପୋର୍ଟ: ସନ୍ତୋଷ କୁମାର ପଣ୍ଡା

Comments (0)
Add Comment