ଭୁବନେଶ୍ବର,୧୧/୧୧(ପିପିଟି ): ବର୍ଷିଆନ୍ ଆନ୍ତର୍ଜାତୀୟ ଭାଷାବିତ୍ ପଦ୍ମଶ୍ରୀ ଡଃ ଦେବୀପ୍ରସନ୍ନ ପଟ୍ଟନାୟକଙ୍କୁ ପାକ୍ଷିକ “ବିରଜା ଭୂମି” ସମ୍ବାଦପତ୍ର ପକ୍ଷରୁ ତାଙ୍କ ଭୁବନେଶ୍ବର ଭକ୍ତମଧୁ ନଗର ସ୍ଥିତ ବାସଭବନରେ ସମ୍ବର୍ଦ୍ଧିତ କରାଯାଇଛି । ସମ୍ବାଦ ପତ୍ରର ସ୍ୱନକ୍ଷତ୍ର ଦିବସ ଅବସରରେ ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ପ୍ରତିପାଦନ କରିଥିବା ବିଭିନ୍ନ ବିଶିଷ୍ଟ ବ୍ୟକ୍ତି ବିଶେଷଙ୍କୁ ପର୍ଯ୍ୟାୟକ୍ରମେ ସମ୍ବର୍ଦ୍ଧିତ କରାଯିବାର ଯୋଜନା ରହିଛି ।
ଭାଷା ସାହିତ୍ୟକୁ ବଳିଷ୍ଠ ଅବଦାନ ପାଇଁ ପଦ୍ମଶ୍ରୀ ଡଃ ଦେବୀପ୍ରସନ୍ନ ପଟ୍ଟନାୟକଙ୍କୁ ପୁଷ୍ପଗୁଚ୍ଛ,ଉତ୍ତରୀୟ, ପ୍ରଶସ୍ତି ପତ୍ର, ମୋ ବିରଜାଙ୍କ ଫଟୋ ଚିତ୍ର ପ୍ରଦାନ ପୂର୍ବକ ବିରଜା ଭୂମି ସମ୍ବାଦପତ୍ରର ସମ୍ପାଦକ ନିର୍ମଳ ଚନ୍ଦ୍ର ସାମଲ ସାହିତ୍ୟ ସମ୍ପାଦକ ମାନଗୋବିନ୍ଦ ବାରିକ୍ , ଡଃ ପ୍ରବୀର ମହାପାତ୍ର, ପ୍ରାଧ୍ୟାପକ ଅନନ୍ତ କିଶୋର ରାଉତ, ନାରାୟଣ କର, ପଠାଣି ବେହେରା ଓ କୃଷ୍ଣ ପ୍ରସାଦ ଜେନା ପ୍ରମୂଖ ସମ୍ବର୍ଦ୍ଧିତ କରିଥିଲେ । ଉପସ୍ଥିତ ସମସ୍ତଙ୍କୁ ଓଡିଆ ଭାଷା ସାହିତ୍ୟର ସମୃଦ୍ଧି ପାଇଁ ପ୍ରୟାସ ଜାରି ରଖିବା ପାଇଁ ସେ ପରାମର୍ଶ ଦେଇଥିଲେ ।