ନିରାଡ଼ମ୍ବର ଭାବେ ପାଳନ ହେବ ସ୍ୱାଧୀନତା ଦିବସ ।

ଭଞ୍ଜନଗର,୨୮/୦୭(ପିପିଟି): ଗୁରୁବାର ଭଞ୍ଜନଗର ଉପ-ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଉପ-ଜିଲ୍ଲାପାଳ ଜ୍ୟୋତି ଶଙ୍କର ରାୟଙ୍କ ଅଧ୍ୟକ୍ଷତାରେ ସ୍ୱାଧୀନତା ଦିବସ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଗୌରୀ ଶଙ୍କର ଶତପଥୀ ଗତ ସ୍ୱାଧୀନତା ଦିବସର ବିବରଣୀ ପାଠ କରିଥିଲେ।ଚଳିତ ବର୍ଷ ମଧ୍ୟ ରାଜ୍ୟ ସରକାରଙ୍କ କରୋନା କଟକଣା ସକାଶେ ସ୍ୱାଧୀନତା ଦିବସକୁ ନିରାଡ଼ମ୍ବର ଭାବେ ପାଳନ କରିବାକୁ ସ୍ଥିର ହୋଇଛି।ଆଲୋଚନାରେ ୧୫ତାରିଖ ପ୍ରାତଃ ସମୟରେ ଡ଼ାକବାଜି ଯନ୍ତ୍ର ମାଧ୍ୟମରେ ରାମଧୂନ୍ ପ୍ରସାରଣ କରାଯିବ।ପୂର୍ବାହ୍ନ ୯ଟା ୧୫ମିନଟ ସମୟରେ ଉପେନ୍ଦ୍ର ଭଞ୍ଜ ଷ୍ଟାଡିଅମ ଠାରେ ଉପଖଣ୍ଡ ସ୍ତରୀୟ ସ୍ୱାଧୀନତା ଦିବସ ଉତ୍ସବରେ ମୂଖ୍ୟ ଅତିଥି ରୂପେ ଉପଜିଲ୍ଲାପାଳ ଜ୍ୟୋତି ଶଙ୍କର ରାୟ ଯୋଗ ଦେଇ ଜାତୀୟ ପତକା ଉତ୍ତୋଳନ କରିବେ।ଏହାପରେ ଉପଖଣ୍ଡ ଡାକ୍ତରଖାନାରେ ରୋଗୀ ମାନଙ୍କୁ ଫଳ ବଣ୍ଟନ, ବଡ଼ କୋଦଣ୍ଡା ନିକଟ ଚିଦାନନ୍ଦ କୁଷ୍ଠାଶ୍ରମରେ ଅନ୍ତେବାସୀଙ୍କୁ ଶୁଖିଲା ଖାଦ୍ୟ ବଣ୍ଟନ ଏବଂ ଭଞ୍ଜନଗର ସହରର ପ୍ରମୁଖ କେତେକ ସ୍ଥାନରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ରହିଛି। ଏହି ବୈଠକରେ ସମସ୍ତ ବିଭାଗୀୟ ଅଧିକାରୀ, ସମସ୍ତ ଗଣମାଧ୍ୟମ ପ୍ରତିନିଧି ଓ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ। ଶେଷରେ ସମାଜ ସେବୀ ଶୂଳପାଣି ଶତପଥୀ ଧନ୍ୟବାଦ ଅର୍ପଣ କରିଥିଲେ।
(ରିପୋର୍ଟ- ଜୟକୃଷ୍ଣ ପଟ୍ଟନାୟକ। )

Comments (0)
Add Comment