ଦୁର୍ନୀତି ବିରୁଦ୍ଧରେ ଗର୍ଜିଲେ ଭାରତୀୟ ଜନତା ପାର୍ଟି କର୍ମକର୍ତ୍ତା ।

ଉଲୁଣ୍ଡା,୧୯/୧୦(ପିପିଟି);ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଆଜି ଭାରତୀୟ ଜନତା ପାର୍ଟି ପକ୍ଷରୁ ବିଭିନ୍ନ ଦାବୀ ତଥା ବ୍ଲକରେ ହେଉଥିବା ଦୁର୍ନୀତି ବିରୁଦ୍ଧରେ ଭିକ୍ଷୋଭ ପ୍ରଦର୍ଶନ କରାଯାଇଛି ।ପ୍ରଧାନମନ୍ତ୍ରୀ ଆବାସ ଯୋଜନା ବଣ୍ଟନରେ ଅନିୟମିତତା,ମହାତ୍ମାଗାନ୍ଧୀ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାରେ ଦୁର୍ନୀତି,ପ୍ରଧାନମନ୍ତ୍ରୀ ଗ୍ରାମ ସଡକ ଯୋଜନାରେ ଦୁର୍ନୀତି,ବିନା ସୂଚନା ଫଳକରେ ପ୍ରକଳ୍ପ,ବଣୁଆ ହାତୀ ଙ୍କ ଦ୍ଵାରା ନଷ୍ଟ ଫସଲର କ୍ଷତିପୂରଣ ଦାବିରେ ଉଲୁଣ୍ଡା ଗୋଷ୍ଟି ଉନ୍ନୟନ ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆନ୍ଦୋଳନ କରିବା ସହ ଦାବିପତ୍ର ପ୍ରଦାନ କରିଛନ୍ତି । ସୁବର୍ଣ୍ଣପୁର ଜିଲ୍ଲା ବିଜେପି ଅନୁସୂଚିତ ମୋର୍ଚ୍ଚା ସଭାପତି ବଳରାମ ସୁନଙ୍କ ନେତୃତ୍ୱରେ ରଘୁନାଥ ଜଗଦଲା,ଦିଲୀପ ପୁରୋହିତ,ନିରଞ୍ଜନ ପଣ୍ଡା,ବିଷ୍ଣୁଚରଣ ପଧାନ ପ୍ରମୁଖ କର୍ମକର୍ତ୍ତା ଏହି ଆନ୍ଦୋଳନରେ ସାମିଲ ହୋଇଥିଲେ । ଭବିଷ୍ୟତରେ ଯଦି ଏହି ଦାବିପତ୍ରର ଉଚିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରା ଗଲେ ଭୟାବହ ଆନ୍ଦୋଳନ ହେବ ବୋଲି ବିଜେପି ତରଫରୁ ଚେତାବନୀ ଦେଇଛନ୍ତି ।
(ରିପୋର୍ଟ- ଶାନ୍ତୁନୁ କୁମାର କର୍ଣ୍ଣ। )

Comments (0)
Add Comment