ଯାଜପୁର: ଯାଜପୁର ଜିଲ୍ଲାର ଧର୍ମଶାଳା ଓ ରସୁଲପୁର ବ୍ଲକର ବିଭିନ୍ନ ଗ୍ରାମରେ ଅନୁଷ୍ଠିତ ଜଗତଜନନୀ ମା’ ଦୁର୍ଗାଙ୍କ ପୂଜା ଉତ୍ସବରେ ଯୋଗଦେଇଛନ୍ତି ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ କୁମାର ବଳବନ୍ତରାୟ। ଏହି ଅବସରରେ ସେ ମା’ଙ୍କ ଦର୍ଶନ କରିବା ସହ ପୂଜା ମଣ୍ଡପରେ ଉପସ୍ଥିତ ଶ୍ରଦ୍ଧାଳୁ, ଗ୍ରାମବାସୀ ଓ ଅଞ୍ଚଳବାସୀଙ୍କ ସହ ଭାବ ବିନିମୟ କରିଥିଲେ।
ମା’ ଦୁର୍ଗାଙ୍କ ଆଶୀର୍ବାଦରୁ ସମସ୍ତଙ୍କ ଜୀବନ ସୁଖ, ଶାନ୍ତି, ସମୃଦ୍ଧି ଓ ସଫଳତାରେ ଭରିଯାଉ ବୋଲି ସେ କାମନା କରିଥିଲେ। ଏଥିସହ ସମାଜରେ ସତ୍ୟ ଓ ନ୍ୟାୟର ପ୍ରତିଷ୍ଠା ହେବା ସହ ଭାଇଚାରା, ସଦ୍ଭାବନା ଓ ଏକତାର ଭାବନା ଅଧିକ ସୁଦୃଢ଼ ହେଉ ବୋଲି ମା’ଙ୍କ ନିକଟରେ ପ୍ରାର୍ଥନା କରିଥିଲେ।
ପୂଜା ମଣ୍ଡପ ପରିଦର୍ଶନ ସମୟରେ ଶ୍ରୀ ବଳବନ୍ତରାୟ ସ୍ଥାନୀୟ ଲୋକଙ୍କ ସହ ଆଲୋଚନା କରି ସେମାନଙ୍କ ସୁଖଦୁଃଖ ଓ ଅଞ୍ଚଳର ବିଭିନ୍ନ ସମସ୍ୟା ସମ୍ପର୍କରେ ପଚାରି ବୁଝିଥିଲେ। ତାଙ୍କର ଏହି ଗସ୍ତକୁ ନେଇ ସ୍ଥାନୀୟ ଅଞ୍ଚଳରେ ଧାର୍ମିକ ଉତ୍ସାହ ଓ ଆନନ୍ଦର ପରିବେଶ ଦେଖିବାକୁ ମିଳିଥିଲା।