ଦକ୍ଷିଣାଞ୍ଚଳ ଉପନିର୍ଦ୍ଦେଶକଙ୍କ ଛତ୍ରପୁର ଗସ୍ତ ।

ଛତ୍ରପୁର,୦୩/୦୬(ପିପିଟି):ସୂଚନା ଓ ଲୋକସମ୍ପର୍କ ବିଭାଗର ଉପନିର୍ଦ୍ଦେଶକ (ଦକ୍ଷିଣାଞ୍ଚଳ) ବସନ୍ତ କୁମାର ପ୍ରଧାନ ଆଜି ଛତ୍ରପୁରସ୍ଥିତ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ କାର୍ଯ୍ୟାଳୟ ପରିଦର୍ଶନ କରିଛନ୍ତି। ବ୍ରହ୍ମପୁରଠାରେ ଦକ୍ଷିଣାଞ୍ଚଳ ଉପନିର୍ଦ୍ଦେଶକ ଭାବେ ନୂତନ ଦାୟିତ୍ୱ ଗ୍ରହଣ କରିବା ପରେ ଏହା ତାଙ୍କର ପ୍ରଥମ ଛତ୍ରପୁର ଗସ୍ତ ଥିଲା। ଏହି ଗସ୍ତ କାଳରେ ଶ୍ରୀ ପ୍ରଧାନ କାର୍ଯ୍ୟାଳୟର ବିଭିନ୍ନ ବିଭାଗ ବୁଲି ଦେଖିଥିଲେ। ସେ ବିଭିନ୍ନ ରେଜିଷ୍ଟର, କର୍ମଚାରୀ ବିବରଣୀ, ନଥିପତ୍ର ଏବଂ ଦୃଶ୍ୟ-ଶ୍ରାବ୍ୟ ଯନ୍ତ୍ରପାତି ଅନୁଧ୍ୟାନ କରିଥିଲେ। ଏଥିସହ ସୂଚନା କେନ୍ଦ୍ର ଓ ପାଠାଗାରରେ ଉପଲବ୍ଧ ଖବରକାଗଜ, ପତ୍ରିକା, ‘ଉତ୍କଳ ପ୍ରସଙ୍ଗ’, ‘ଓଡ଼ିଶା ରିଭ୍ୟୁ’, ‘ପ୍ରଗତି ପ୍ରବାହ’ ଏବଂ ଅନ୍ୟାନ୍ୟ ପୁସ୍ତକର ଷ୍ଟକ୍ ରେଜିଷ୍ଟର ମଧ୍ୟ ଯାଞ୍ଚ କରିଥିଲେ। ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ସୌରଭ ପ୍ରଧାନଙ୍କ ତତ୍ତ୍ୱାବଧାନରେ କାର୍ଯ୍ୟାଳୟର ସମସ୍ତ ସରକାରୀ କାର୍ଯ୍ୟ ସଠିକ୍ ଓ ସୁଚାରୁରୂପେ ସମ୍ପାଦିତ ହେଉଥିବା ଦେଖି ସେ ସନ୍ତୋଷ ବ୍ୟକ୍ତ କରିଥିଲେ। ଏହା ବ୍ୟତୀତ ସେ କାର୍ଯ୍ୟାଳୟର କର୍ମଚାରୀମାନଙ୍କ ସହ ପ୍ରତ୍ୟକ୍ଷ ଆଲୋଚନା କରିଥିଲେ।

ଉପନିର୍ଦ୍ଦେଶକଙ୍କ ଏହି ଗସ୍ତ ସମୟରେ ବରିଷ୍ଠ ରାଜସ୍ୱ ସହାୟକ ଜଗନ୍ନାଥ ବେହେରା, ରୂପଶ୍ରୀ କବି, ଗ୍ରନ୍ଥାଗାରିକ ଶ୍ୟାମଘନ ପାତ୍ର, ରଜାକ ହୁସେନ, ମମତା ମହାନ୍ତି, ରାମମୂର୍ତ୍ତି ଆଚାରୀ, ଭାଗ୍ୟଲକ୍ଷ୍ମୀ ପାତ୍ର ଏବଂ ବଳରାମ ରେଡ୍ଡୀ ପ୍ରମୁଖ ଉପସ୍ଥିତ ଥିଲେ।

Comments (0)
Add Comment