ଜୀବେ ନିଷ୍ଠୁରତା ନିରୋଧ ସମିତି ତରଫରୁ ଆଲୋଚନା ।

ମାଲକାନଗିରି,୨୮/୦୪(ପିପିଟି):ସ୍ଥାନୀୟ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ମାଲକାନଗିରି ଜୀବେ ନିଷ୍ଠୁରତା ନିରୋଧ ସମିତି ତରଫରୁ ଏକ ଜୀବ ନିଷ୍ଠୁରତା ଆଇନ ଉପରେ ଆଲୋଚନା କରାଯାଇଛି ।ଏଥିରେ ମୁଖ୍ୟ ଅତିଥି ରୂପେ ଅତିରିକ୍ତ ଜିଲ୍ଲାପାଳ ମହେଶ୍ଵର ଚନ୍ଦ୍ର ନାଏକ,ମୁଖ୍ୟ ବକ୍ତା ରୂପେ ଜିଲ୍ଲା ପରିଷଦ ଉପସଭାପତି ପତିତପାବନ ବୈଦ୍ୟ,ସମ୍ମାନିତ ଅତିଥି ରୂପେ ଆରକ୍ଷୀ ଅଧିକାରୀ ହିମାଂଶୁ ବାରିକ ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ପ୍ରମିଳା ମାଝୀ ଯୋଗଦେଇଥିଲେ। ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ନାଏକ ଜୀବେ ଦୟା ଉପରେ ଅନେକ ତଥ୍ଯ ପ୍ରଦାନ କରିଥିଲେ । ମୁଖ୍ୟ ବକ୍ତା ଶ୍ରୀ ବାରିକ ଜୀବେ ନିଷ୍ଠୁରତା ଉପରେ ପୋଲିସ ବିଭାଗର ଦାୟିତ୍ୱ ଏବଂ ପ୍ରାଣୀ ସମ୍ପଦ ବିଭାଗର ଅଧିକାରୀ ବୃନ୍ଦଙ୍କ ପ୍ରାଣୀ କଲ୍ୟାଣ ଉପରେ ଥିବା ନିୟମ ବିଷୟରେ ଆଲୋକପାତ କରିଥିଲେ । ଏଥିରେ ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀ ତଥା ଜିଲ୍ଲା ଜୀବେ ନିଷ୍ଠୁରତା ସମିତିର ସଚିବ ଡା. ଅଶୋକ କୁମାର ତ୍ରିପାଠୀ ଜୀବେ ଦୟା ଏବଂ ନିଷ୍ଠୁରତା ନିୟମ ସଂପର୍କରେ ବୁଝାଇଥିଲେ । ଏହି କାର୍ଯ୍ୟକ୍ରମରେ ଜନ କଲ୍ୟାଣ ଗୋ ସେବା ପରିଷଦ ର ରାଷ୍ଠ୍ରୀୟ ଅଧ୍ୟକ୍ଷ ସ୍ୱାମୀ ବ୍ରହ୍ମଚାରୀ ମାଧବ ଚୈତନ୍ୟ ଯୋଗ ଦେଇ ଅନେକ ଜୀବେ ଦୟାର ଆଧ୍ୟାତ୍ମିକ ଦିଗ ଉପରେ ସଚେତନତା କରିଥିଲେ । ଏହି କାର୍ଯ୍ୟକ୍ରମରେ ପ୍ରାଣୀ ସମ୍ପଦ ବିଭାଗର ଏଡ଼ିଭିଓ , ଏସ୍ଡ଼ିଭିଓ ଏବଂ କୋରୁକୋଣ୍ଡା କାଲିମେଳା ବିଭିଓ ଙ୍କ ସହ ପୋଲିସ ବିଭାଗ , ଶିକ୍ଷା ବିଭାଗ,ଆରଟିଓ ଅଫିସର କର୍ମକର୍ତ୍ତା, ମାଲକାନଗିରି ମୁନିସିପାଲିଟିର କର୍ମକର୍ତ୍ତା ସହ ବାଲିମେଳା ଲକ୍ଷ୍ମୀ ନାରାୟଣ ଗୋଶାଳାର କର୍ମକର୍ତ୍ତା ଏବଂ ଅନେକ ପ୍ରାଣୀ ପ୍ରେମୀ ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମକୁ ଜିଲ୍ଲା ଅତିରିକ୍ତ ପ୍ରାଣୀ ଚିକିତ୍ସା ଅଧିକାରୀ (ପ୍ରାଣୀ କଲ୍ୟାଣ ) ଡା ସଂଗୀତା ରାଣୀ ଭୂପତି ଏବଂ ମାଲକାନଗିରି ସଦର ଅତିରିକ୍ତ ପ୍ରାଣୀ ଚିକିତ୍ସା ଅଧିକାରୀ ଡା ଶୁଭ୍ରାଂଶୁ ସାହୁ ପରିଚାଳନା କରିଥିଲେ ।
(ରିପୋର୍ଟ:ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ, ମାଲକାନଗିରି)

Comments (0)
Add Comment