ଜିପିଏ ଦ୍ୱାରା ନିକନ୍ ଜେଡ୍ ସିରିଜ କର୍ମଶାଳା ଅନୁଷ୍ଠିତ ।

ଭଞ୍ଜନଗର, ୧୯/୦୯(ପିପିଟି): ନିଜର ସ୍ମରଣୀୟ ମୁହୂର୍ତ୍ତକୁ ଜୀବନ୍ତ ଭାବେ ସାଇତି ରଖିବା ପାଇଁ ଆଜିକାଲିର ଯୁବପିଢ଼ି ବେଶ ଆଗ୍ରହୀ। ତେଣୁ ଲୋକଙ୍କ ଚାହିଦା କୁ ଦେଖି ବିଭିନ୍ନ କ୍ୟାମେରା କମ୍ପାନୀ ନୂତନ ଜ୍ଞାନ କୌଶଳରେ ପ୍ରସ୍ତୁତ କ୍ୟାମେରା ବଜାରକୁ ଛାଡ଼ୁଛନ୍ତି। ସେସବୁକୁ ବ୍ୟବହାର କରି ବହୁ ଷ୍ଟୁଡ଼ିଓ ମାଲିକ ଓ କ୍ୟାମେରାମ୍ୟାନ ମାନେ ଉନ୍ନତମନର ଫୋଟ ଓ ଭିଡ଼ିଓ ପ୍ରସ୍ତୁତ କରୁଛନ୍ତି।ଆଗକୁ ବିବାହ ଋତୁ ଆସୁଥିବାରୁ ଗଞ୍ଜାମ ଜିଲ୍ଲା ଘୁମୁସର ଫୋଟଗ୍ରାଫର ଆସୋସିଏସନ, ଭଞ୍ଜନଗର ତରଫରୁ ନିକନ୍ କମ୍ପାନୀ ସହଯୋଗରେ ଜେଡ୍ ସିରିଜ କ୍ୟାମେରା ସେଟିଙ୍ଗ ଏବଂ ଅପଡେଟକୁ ନେଇ ଏକ ଶିବିର ସ୍ଥାନୀୟ ପୂର୍ତ୍ତ ବିଭାଗ ଡାକ ବଙ୍ଗଳା ଠାରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ନିକନ୍ କମ୍ପାନୀର ଟ୍ରେନର ସନ୍ତୋଷ କୁମାର ବେଜ୍ ଓ ମାର୍କେଟିଙ୍ଗ ମ୍ୟାନେଜର ସୁଶାନ୍ତ କୁମାର ମୁଦୁଲି ଯୋଗ ଦେଇ କମ୍ପନୀର ବିଭିନ୍ନ ନୂତନ ଉତ୍ପାଦ ଓ ସେସବୁର କାର୍ଯ୍ୟଶୈଳୀ ଉପରେ ପରୀକ୍ଷାମୂଳକ ଭାବେ ବିସ୍ତୃତ ଆଲୋଚନା କରିଥିଲେ।ଏଥିରେ ଜିପିଏର ୩୦ରୁ ଉର୍ଦ୍ଧ୍ୱ ନିକନ୍ କ୍ୟାମେରା ବ୍ୟବହାରକାରି ସଦସ୍ୟ ଉପସ୍ଥିତ ଥିଲେ।ଏଥିରେ ଘୁମୁସର ଫୋଟଗ୍ରାଫର ଆସୋସିଏସନର କର୍ମକର୍ତ୍ତା ଓ ସଦସ୍ୟ ମାନେ ସହଯୋଗ କରିଥିଲେ।ଆସନ୍ତା ୨୩ତାରିଖରେ ମେଣ୍ଟର ଅନୁପ ଗୁହାଙ୍କ ଦ୍ୱାରା ଟାମ୍ରନ କମ୍ପାନୀର ବିଭିନ୍ନ ଲେନ୍ସ କୁ ନେଇ ଏକ ଶିବିର ଶ୍ରୀ ଜଗନ୍ନାଥ ବଙ୍କୱେଟ ହଲ ଠାରେ ଅନୁଷ୍ଠିତ ହେବ ବୋଲି ଜଣାପଡିଛି।

ରିପୋର୍ଟ -ଜେ କେ ପଟ୍ଟନାୟକ

Comments (0)
Add Comment