ଛତ୍ରପୁର ମହୋତ୍ସବର ତୃତୀୟ ସନ୍ଧ୍ୟା ।

ଛତ୍ରପୁର,୦୩/୦୬(ପିପିଟି): ଛତ୍ରପୁରର ଅଧିଷ୍ଠାତ୍ରୀ ଦେବୀ ମା’ ରାମାୟାଣାମ୍ମାଙ୍କ ଠାକୁରାଣୀ ଯାତ୍ରା ସହିତ ସ୍ଥାନୀୟ କଳା, ସଂସ୍କୃତି ଓ ପରମ୍ପରାର ଗରିମାମୟ ଐତିହ୍ୟକୁ ଉଦ୍‌ଜୀବିତ କରିବା ଲକ୍ଷ୍ୟ ନେଇ ଗଞ୍ଜାମ ଜିଲ୍ଲା ପ୍ରଶାସନ ଏବଂ ଛତ୍ରପୁର ବିଧାୟକ କୃଷ୍ଣଚନ୍ଦ୍ର ନାୟକଙ୍କ ତତ୍ତ୍ୱାବଧାନରେ ଚାଲିଥିବା ଛତ୍ରପୁର ମହୋତ୍ସବର ତୃତୀୟ ସନ୍ଧ୍ୟାରେ ଓଡ଼ିଶାର ସୁନାମଧନ୍ୟ କଣ୍ଠଶିଳ୍ପୀ ଦୀପ୍ତିରେଖା ପାଢ଼ୀଙ୍କ ଟିକେ ଟିକେ ଅଚିହ୍ନା ତୁ ଟିକେ ଟିକେ ଚିହ୍ନା, ଗଜଲ୍ ଗଜଲ୍, ବେଳ ବେଳେ ଭଲ ଲାଗେ, ହାଏ ତୋ ପ୍ରେମ ଭଳି ଓଡ଼ିଶାର ଘରେ ଘରେ ପରିଚିତ ସଂଗୀତ ଏବଂ କୁଲଦୀପ ପଟ୍ଟନାୟକଙ୍କ କେବେ ଆସି ତୁ , ତୁ ମୋରି ଦୁନିଆ,ସମ୍ମୋହିନୀ ସହିତ ବଲିଉଡର ଗୀତଗାଇ ଶ୍ରୋତାଙ୍କ ମନଜିଣିଥିଲେ ।

ଅତିଥି ଭାବେ ଛତ୍ରପୁର ବିଧାୟକ କୃଷ୍ଣ ଚନ୍ଦ୍ର ନାୟଜ,ସୋରଡ଼ା ବିଧାୟକ ନୀଳମଣି ବିଶୋଇ,ଚିକିଟି ବିଧାୟକ ମନୋରଞ୍ଜନ ଦ୍ୟାନ ସାମନ୍ତରା, ଗଞ୍ଜାମ ଜିଲ୍ଲାର ଅତିରିକ୍ତ ଜିଲ୍ଲାପାଳ ସଚ୍ଚିଦାନନ୍ଦ ନାୟକ, ଦେବଦତ୍ତ ପଣ୍ଡା ଓ ସୁନୀଲ କେରକେଟା, ବ୍ରହ୍ମପୁର ଉନ୍ନୟନ କର୍ତ୍ତୃପକ୍ଷର ସଚିବ ରମେଶ ହାଁସଦା,ଛତ୍ରପୁର ଉପଜିଲ୍ଲାପାଳ ଶିବାଶିଷ ବରାଳ ଓ ଅନ୍ୟାନ୍ୟ ଜନପ୍ରତିନିଧିମାନେ ଅତିଥି ଭାବେ ଯୋଗଦେଇ ଅଧିଷ୍ଠାତ୍ରୀ ଦେବୀ ମା’ ରାମାୟାଣାମ୍ମା ଓ ପ୍ରଭୁ ଜଗନ୍ନାଥଙ୍କ ନିକଟରେ ଅଂଚଳ ବାସୀଙ୍କ ମଙ୍ଗଳ କାମନା କରିଛନ୍ତି ।

ଏହି ଅବସରରେ ଛତ୍ରପୁର ଅଞ୍ଚଳର ଗଣମାଧ୍ୟମର ପ୍ରତିନିଧି ଓ ଗଞ୍ଜାମର କୃତି ଛାତ୍ରଛାତ୍ରୀ ଶ୍ରେୟାଂଶ୍ରୀ ସାହୁ, ଦେବପ୍ରକାଶ ନନ୍ଦୀ, ଇସିକା ବେହେରା ଓ ଅଙ୍କିତ କୁମାର ଆଚାର୍ଯ୍ୟ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା।

ରଘୁନାଥ ନାଟ୍ୟ ସଂସଦ, ସାହାସପୁରର ରାମଲୀଳା,ନୃତ୍ୟାଞ୍ଜଳି ଇନଷ୍ଟିଚ୍ୟୁଟ୍,ଛତ୍ରପୁରର ଆଦିବାସୀ ନୃତ୍ୟ, ଡିଏସଆର କଲଚରାଲ୍ ଆଣ୍ଡ ଚାରିଟେବୁଲ୍ ଟ୍ରଷ୍ଟ, ଛତ୍ରପୁର ର ଆଧୁନିକ ନୃତ୍ୟ, ନୃତ୍ୟମ କଳା ଗବେଷଣା କେନ୍ଦ୍ର, ହିଞ୍ଜିଳିକାଟୁର ଆଦିବାସୀ ନୃତ୍ୟ, ମା ମଙ୍ଗଳା ପାଲା ସଂସଦ, ମଧୁରଚୁଆର ପାଲା, ସଲମାନ ଡ୍ୟାନ୍ସ ଗ୍ରୁପ୍, ଛତ୍ରପୁର ର ସମ୍ବଲପୁରୀ ମିକ୍ସ ଏବଂ ଜିତେନ୍ଦ୍ର ଭୋଇ ଏଣ୍ଡ ଗ୍ରୁପ୍, କଳାହାଣ୍ଡିର ଘୁମୁରା ନୃତ୍ୟ ଦେଖଣାହାରୀଙ୍କୁ ବିମୋହିତ କରିଥିଲା।

ଗୁରୁବାର ଚତୁର୍ଥ ସନ୍ଧ୍ୟାରେ ବଲିଉଡର ସୁନାମଧନ୍ୟ କଣ୍ଠଶିଳ୍ପୀ ସାଚେତ ଓ ପରମ୍ପରା ତାସହିତ ଓଲିଉଡ଼ ହିରୋ ତଥା ଡ୍ୟାନ୍ସର ଶୈଳେନ୍ଦ୍ର ସାମନ୍ତରାୟ ଛତ୍ରପୁର ମହୋତ୍ସବରେ ଯୋଗଦେବେ ।

Comments (0)
Add Comment